ତେଲ ନଦୀକୁ ଡେଇଁଥିବା ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ

Published By : Prameya-News7 Bureau | October 17, 2020 IST

ବଲାଙ୍ଗିର ୧୭।୧୦: ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜରୁ ଡେଇଁଥିବା ଦୁଇ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ୭୨ ଘଣ୍ଟା ପରେ ଉଭୟ ସାନ ଭଉଣୀ ଆଞ୍ଚଲ ଅଗ୍ରୱାଲ ଓ ବଡ ଭଉଣୀ ଅନମୋଲ ଅଗ୍ରୱାଲଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସୋନପୁର ଜିଲ୍ଲା ତରଭା ଥାନା ଅଡ୍ଡା ତେଲ ନଦୀରୁ ମିଳିଛି ଆଞ୍ଚଲଙ୍କ ମୃତଦେହ । ବୌଦ୍ଧ ବାଉଁଶୁଣୀ ମହାନଦୀ ନିକଟରୁ ବଡ ଭଉଣୀ ଅନମୋଲ ଅଗ୍ରୱାଲଙ୍କ ମୃତଦେହ ମିଳିଥିବା ନେଇ ସୂଚନା ମିଳିଛି । ସାନ ଭଉଣୀ ଆଞ୍ଚଲର ମୃତ ଶରୀର ମୁହଁ ମାଡ଼ି ପଡ଼ିଥିବା ବେଳେ ପିନ୍ଧିଥିବା ଡ୍ରେସରୁ ଚିହ୍ନଟ କରିଛନ୍ତି ପରିବାର ଲୋକ । ସେପଟେ ବୌଦ୍ଧ ବାଉଁଶୁଣୀ ମହାନଦୀରେ ଭାସୁଥିବା ମୃତଦେହର ପରିଚୟ ମିଳିନଥିବା ବେଳେ ଏହା ବଡ ଭଉଣୀ ଅନମୋଲର ବୋଲି ଅନୁମାନ କରାଯାଉଛି । ତେବେ ୭୨ ଘଣ୍ଟା ପରେ ଦୁଇ ଭଉଣୀଙ୍କ ମୃତଦେହ ଉଦ୍ଧାର ହୋଇଛି ।

{"id":345832,"sizeSlug":"large"}

ସୂଚନାଯୋଗ୍ୟ ଯେ, ଗତ ୧୫ ତାରିଖରେ ବଲାଙ୍ଗୀର ତୁଷୁରା ତେଲ ନଦୀ ବ୍ରିଜରୁ ଡେଇଁ ପଡିଥିଲେ ଦୁଇ ଭଉଣୀ । ଏକା ସାଙ୍ଗରେ ବ୍ରିଜ୍ ଉପରୁ ତେଲ ନଦୀକୁ ଦୁଇ ଭଉଣୀ ୨୨ ବର୍ଷ ବୟସ୍କା ଅନମୋଲ ଅଗ୍ରଓ୍ବାଲ ଓ ୧୯ ବର୍ଷ ବୟସ୍କ ଆଞ୍ଚଲ ଅଗ୍ରଓ୍ବାଲ ଡେଇଁ ପଡିଥିଲେ । ବ୍ରିଜ୍ ଉପରେ ସ୍କୁଟି ଏବଂ ଦୁଇ ହଳ ଚପଲ ମଧ୍ୟ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଏବାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ଅଗ୍ନିଶମ କର୍ମଚାରୀ ଓ ଓଡ୍ରାଫ୍ଟ ଟିମ୍ ନଦୀରେ ଖୋଜାଖୋଜି କରିଥିଲେ । ସ୍କୁବା ଡାଇଭର, ଦୁଇ ପାଣି ବୁଡାଳି ଟିମ୍ ପାଣି ଭିତରେ ବୁଡି ଖୋଜାଖୋଜି କରିଥିଲେ । ତେବେ ୭୨ ଘଣ୍ଟା ପରେ ଉଭୟଙ୍କ ମୃତଦେହ ଉଦ୍ଧାର ହୋଇଛି ।

{"id":345828,"sizeSlug":"large"}

ଅନ୍ୟପଟେ ଏଯାଏଁ ଦୁଇ ଭଉଣୀ ଏଭଳି କାହିଁକି ବ୍ରିଜ ଉପରୁ ଡେଇଁଲେ ତାର କୌଣସି କାରଣ ଜଣାପଡିନାହିଁ । ତେବେ କେଉଁ କାରଣରୁ ଦୁଇ ଭଉଣୀ ଏଭଳି ପଦକ୍ଷେପ ନେଲେ ତାହା ଉପରେ ଏବେ ବି ସସପେନ୍ସ ଜାରି ରହିଛି । ଏହା ପଛରେ ଅନ୍ୟ କୌଣସି କାରଣ ରହିଛି ସେନେଇ କିଛି ଠୋସ୍ ସୁରାକ ନ ଥିଲେ ମଧ୍ୟ ପାରିବାରିକ କଳହକୁ ନେଇ ଏପରି କରିଥାଇପାରନ୍ତି ବୋଲି ପୋଲିସ ସନ୍ଦେହ କରି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.