ନୂଆପଡ଼ା ଧରମବନ୍ଧା ଓ ସାରାବଙ୍ଗ ନିକଟ ଜୋଙ୍କ ନଦୀ ବ୍ରିଜ୍ ଉପରୁ ଦୁଇ ନିଖୋଜ

Published By : Prameya-News7 Bureau | August 27, 2018 IST

ନୂଆପଡ଼ା ଧରମବନ୍ଧା ଓ ସାରାବଙ୍ଗ ନିକଟ ଜୋଙ୍କ ନଦୀ ବ୍ରିଜ୍ ଉପରୁ ଦୁଇ ନିଖୋଜ । ପତୋରା ଡ୍ୟାମର ୩ଟି ଗେଟ୍ ଖୋଲା ଥିବାରୁ ବ୍ରିଜ୍ ଉପରେ ୫ ଫୁଟର ପାଣି ଚାଲୁଥିଲା । ଗତରାତି ପ୍ରାୟ ୧୧ଟା ବେଳେ ଛତିଶଗଡ଼ କସେଇକେରା ଗାଁର ମଇକୁ ତାଣ୍ଡି ଏବଂ ସ୍ଥାନୀୟ ଭଇଁଷାଦର୍ହା ଗାଁର ତୋଷ କୁମାର ତାଣ୍ଡି ବାଇକରେ ନୂଆପଡ଼ା ପଟୁ ଭଇଁଷାଦର୍ହା ଯାଉଥିଲେ । ପୋଲ ଉପରେ ୫ ଫୁଟର ପାଣି ଚାଲୁଥିବାବେଳେ ବାଇକ୍ ସହ ଦୁଇଜଣ ଯାକ ଭାସି ଯାଇଥିଲେ । ତୋଷ କୁମାର କୌଣସି ମତେ ବାହାରକୁ ଆସି ପାଖରେ ଥିବା ଘର ଲୋକଙ୍କୁ ଏକ ଗାମୁଛା ମାଗିଥିଲେ । ସାଙ୍ଗ ଭାସି ଯାଇଥିବା କହି ପୁଣି ନଦୀପଟକୁ ଚାଲି ଯାଇଥିଲେ । ଆଉ ତା ପରେ ତାଙ୍କର ମଧ୍ୟ ପତ୍ତା ମିଳି ନଥିଲା । ଖବର ପାଇ ନୂଆପଡ଼ା ପୋଲିସ୍ ଓ ଅଗ୍ନିଶମ ବିଭାଗ, ଜଳସମ୍ପଦ ବିଭାଗର ଅଧିକାରୀଙ୍କୁ କହି କିଛି ସମୟ ଗେଟ୍ ବନ୍ଦ କରି ଖୋଜାଖୋଜି କରିଥିଲେ । କିନ୍ତୁ ୨୦ ଘଣ୍ଟା ବିତି ଯାଇଥିଲେ ମଧ୍ୟ ସେମାନଙ୍କ ପତ୍ତା ମିଳିପାରି ନାହିଁ । ନୂଆପଡ଼ାରେ ଲଗାଣ ବର୍ଷା ଯୋଗୁଁ ଜୋଙ୍କ ନଦୀର ଜଳସ୍ତର ବଢ଼ିଯାଇଛି । ପତୋରା ଡ୍ୟାମର ଜଳଧାରଣ କ୍ଷମତା ୩୫୦.୬୦ ମିଟର ଥିବା ବେଳେ ଏବେ ତାହା ୩୫୩ ମିଟର ଥିଲା । ଯେଉଁଥି ପାଇଁ ଜଳସମ୍ପଦ ବିଭାଗ ୩ଟି ଗେଟ୍ ଖୋଲିଥିଲା । ଆଉ ବ୍ରିଜ୍ ଉପରେ ୫ ଫୁଟର ପାଣି ଚାଲୁଥିବା ବେଳେ ବାଇକ୍ ସହ ଭାସିଗଲେ ୨ ଜଣ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.