ଏଟିଏମ୍‌ରୁ ଚୋରି ଉଦ୍ୟମ ବେଳେ ଧରାପଡିଲେ ୨ ଲୁଟେରା

Published By : Prameya-News7 Bureau | November 24, 2018 IST

ଭୁବନେଶ୍ବର ୨୪|୧୧:  ଏଟିଏମ୍ ରୁ ଚୋରି ଉଦ୍ୟମ ବେଳେ ଧରାପଡିଲେ ୨ ଲୁଟେରା । ଭୁବନେଶ୍ବର ଖଣ୍ଡଗିରି ସ୍ଥିତ ଡେଲଟା ଛକ ନିକଟରେ ଥିବା ଏସବିଆଇ ଏଟିଏମ୍ ତାଡି ଚୋରି ଉଦ୍ୟମ କରୁଥିବାବେଳେ ୨ଜଣ ଲୁଟେରାଙ୍କୁ ଧରିଛି ପୋଲିସ । ପାଖ ଦୋକାନୀ ଚୋରି ହେଉଥିବା ନେଇ ପୋଲିସକୁ ଖବର ଦେଇଥିଲା । ଖବର ପାଇବା ପରେ ପିସିଆର୍ ୧୫ ଆସି ୨ ଲୁଟେରାକୁ ଧରିଥିଲା ।୨ ଲୁଟେରା ହେଲେ ରୂପକ ଶତପଥୀ ଏବଂ ସାଗର ରଞ୍ଜନ ପ୍ରଧାନ । ସେମାନଙ୍କଠାରୁ ଏକ ସ୍କୁଟି ଏବଂ ଲୁଟ୍ ରେ ବ୍ୟବହାର ହେଉଥିବା କଟର ମେସିନକୁ ଜବତ କରିଛ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.