ଗାଧୋଇବା ବେଳେ ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ

Published By : Prameya-News7 Bureau | May 21, 2024 IST

ଯାଜପୁର ୨୧।୫: ପୋଖରୀରେ ବୁଡ଼ି ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତ୍ୟୁ । ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ୍ ଅଳୁକୁଣ୍ଡ ଅନ୍ତର୍ଗତ ରାହାସ ଗୁହଳି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ଗୋପ ମଲ୍ଲିକଙ୍କ ଝିଅ ମୋହିନୀ କୁମାରୀ ମଲ୍ଲିକ ଓ ପ୍ରଶାନ୍ତ ମଲ୍ଲିକଙ୍କ ଝିଅ ସ୍ଵର୍ଣପ୍ରଭା ମଲ୍ଲିକ ।

ଗାଁ ନିକଟସ୍ଥ ପୋଖରୀରେ ଗାଧାଉଥିବା ସମୟରେ ପୋଖରୀରେ ବୁଡି ଯାଇଥିଲେ ଦୁଇ ଭଉଣୀ । ପରିବାର ଲୋକେ ଦୁଇ ଝିଅଙ୍କୁ ଉଦ୍ଧାର କରି ବିଞ୍ଝାରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ସେଠାରେ ଡ଼ାକ୍ତର ଦୁଇ ନାବାଳିକାଙ୍କୁ ମୃତ ଘୋଷଣା କରିଛନ୍ତି ।

You Can Read :

ଟିଟଲାଗଡ ବିଜେପି ପ୍ରାର୍ଥୀ ଭୋଟରଙ୍କୁ ଭୟଭୀତ କରୁଛନ୍ତି, ଉପହାର ବାଣ୍ଟୁଛନ୍ତି : ବିଜେଡି

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.