ବାଣ ବିସ୍ଫୋରଣରୁ ଅଗ୍ନିକାଣ୍ଡ, କୋଠା ଭୁଷୁଡି ୨ ନାବାଳକ ମୃତ
6/05/2020 at 11:34 AM

କାମାକ୍ଷାନଗର ୬।୫ : ବାଣ ବିସ୍ଫୋରଣରୁ ଅଗ୍ନିକାଣ୍ଡ ହୋଇ ୨ ନାବାଳକଙ୍କ ମୃତ୍ୟୁ ହୋଇଛି । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ନୂଆସାହିରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସୋଗର ନୂଆସାହିରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଫଳରେ ଦୁଇ ବଖରା କୋଠାଘର ଭୁଷୁଡି ଯାଇଥିବା ସୂଚନା ମିଳିଛି । କୋଠା ଭୁଷୁଡି ପଡିବା ଯୋଗୁଁ ଘର ଭିତରେ ଥିବା ୩ ଶିଶୁ ଗୁରୁତର ହୋଇଥିଲେ । ଗୁରୁତର ଶିଶୁଙ୍କ ମଧ୍ୟରୁ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ତେବେ ଘରେ ରଖାଯାଇଥିବା ବାଣରୁ ଏଭଳି ଅଗ୍ନିକାଣ୍ଡ ହୋଇଥିବା ଜଣାପଡିଛି । ଖବର ପାଇ ଅଗ୍ନିଶମ ବିଭାଗ ଘଟଣାସ୍ଥଲରେ ପହଞ୍ଚି ନିଆଁକୁ ଆୟତ କରିଥିଲା ।
Related Posts
ବଦଳିଲା ନାଁ: ଓଡ଼ିଶା ଅଗ୍ନିଶମ ସହ ଯୋଡ଼ିହେଲା ଜରୁରୀ କାଳୀନ ସେବା
2 February 2023
ଜିଲ୍ଲା ଚିକିତ୍ସାଳୟର ପ୍ରସୂତି ୱାର୍ଡରୁ ନକଲି ଡାକ୍ତର ଗିରଫ
2 February 2023