ଛତିଶଗଡ଼ରୁ ନିଖୋଜ ଥିଲେ ଦୁଇ ନାବାଳିକା, ଟ୍ରେନ୍‌ରୁ ଉଦ୍ଧାର କଲା ଆର୍‌ପିଏଫ୍‌

Published By : Prameya-News7 Bureau | February 22, 2024 IST

କଟକ: ଆର୍‌ପିଏଫ୍ ଥାନା ପୋଲିସର ଉପସ୍ଥିତ ବୁଦ୍ଧି ଯୋଗୁ ଦୁଇ ନାବାଳିକାଙ୍କୁ ଉଦ୍ଧାର କରାଯାଇଛି । ଛତିଶଗଡ଼ର ବିଳାସପୁର ଅଞ୍ଚଳରୁ ନିଖୋଜ ଦୁଇ ନାବାଳିକା ଟ୍ରେନରେ କେଉଁ ଆଡ଼େ ଯାଇଥିବା ସୂଚନା ମିଳିଥିଲା। ଏହି ସୂଚନା କଟକ ଆର୍‌ପିଏଫ୍ ଥାନା ପୋଲିସ ପାଇବା ପରେ ମୋବାଇଲ୍ ଲୋକେସନ୍ ଆଧାରରେ ଉତ୍କଳ ଏକ୍ସପ୍ରେସ ଟ୍ରେନରେ ତଲାସୀ ଆରମ୍ଭ କରିଥିଲା।

ଏହା ପରେ ବହୁ ଖୋଜା ଖୋଜି ପରେ ଦୁଇ ନାବାଳିକାଙ୍କୁ ଉଦ୍ଧାର କରିଥିଲା ପୋଲିସ। ପରେ ନାବାଳିକାଙ୍କ ସମ୍ପର୍କରେ ବିଳାସପୁର ଥାନାକୁ ସୂଚନା ଦେଇଥିଲା ଆର୍‌ପିଏଫ୍। ଏହାପରେ ପରିବାର ଲୋକେ ପୋଲିସ ସହ ଆସି ଦୁଇ ନାବାଳିକାଙ୍କୁ ଘରକୁ ନେବା ସହ ଆର୍‌ପିଏଫ୍‌ର ତୁରନ୍ତ କାର୍ଯ୍ୟାନୁଷ୍ଠାନକୁ ପ୍ରଶଂସା କରିଥିଲେ।

Also Read: ଦାରିଙ୍ଗବାଡ଼ିରେ ୧୦ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.