ପୋଖରୀରେ ଗାଧୋଇବା ବେଳେ ବୁଡିଗଲେ ଦୁଇ ନାବାଳିକା, ମେଡିକାଲ ନେବାବେଳେ ଅଟୋ
13/07/2019 at 1:47 PM

ଆନନ୍ଦପୁର ୧୩|୭: ପୋଖରୀରେ ବୁଡି ଦୁଇ ନାବାଳିକାଙ୍କ ମୃତ୍ୟୁ ହୋଇଛି । ବୁଡିଯାଇଥିବା ଦୁଇ ନାବାଳିକାଙ୍କୁ ଡାକ୍ତରଖାନା ନେଇ ଯିବାବେଳେ ଅଟୋ ଓଲଟି ମୃତ ନାବାଳିକାଙ୍କ ମା ଗୁରୁତର ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ସୋସ ଥାନା ମଧୁବନ ଗାଁରେ ଘଟିଥଛି ଏଭଳି ଅଭାବନୀୟ ଘଟଣା । ଗାଁ ପୋଖରୀରେ ଗାଧୋଇବା ବେଳେ ବୁଡି ଯାଇଥିଲେ ଦୁଇ ନାବାଳିକା । ସେମାନଙ୍କୁ ଉଦ୍ଧାର କରି ପରିବାରଲୋକ ଅଟୋରେ ମେଡିକାଲର ନେଉଥିଲେ । ଅଧା ବାଟରେ ଅଟୋଟି ଓଲଟି ପଡିବାରୁ ମୃତ ନାବାଳିକାଙ୍କ ମା ଗୁରୁତର ହୋଇଛନ୍ତି । ପରେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ନାବାଳିକା ଦ୍ବୟଙ୍କୁ ମୃତ ଘୋଷଣା କରିଛନ୍ତି । ମୃତ ନାବାଳିକା ଦ୍ବୟ ହେଉଛନ୍ତି ଅନୁସୟା ନାୟକ ଓ ସୁନୀତା ମହାକୁଡ ।