ଜମ୍ମୁ-କାଶ୍ମୀର ଅନନ୍ତନାଗରେ ସେନା-ଆତଙ୍କବାଦୀ ଗୁଳିବିନିମୟ, ୨ ହିଜବୁଲ କମାଣ୍ଡର ନିହତ

Published By : Prameya-News7 Bureau | April 25, 2019 IST

ଶ୍ରୀନଗର ୨୫|୪: ଜାମ୍ମୁ-କାଶ୍ମୀର ଅନନ୍ତନାଗ ଜିଲ୍ଲାରେ ଏନକାଉଣ୍ଟର ହୋଇଛି । ପୋଲିସ ଗୁଳିରେ ୨ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ଯବାନ-ଆତଙ୍କବାଦୀ ଗୁଳି ବିନିମୟ ହୋଇଥିବା ବେଳେ ଭାରତୀୟ ଯବାନଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି । ନିହତ ଆତଙ୍କବାଦୀମାନେ ହିଜବୁଲ ମୁଜାହିଦ୍ଦିନ ସଙ୍ଗଠନର ବୋଲି ସୂଚନା ମିଳିଛି । ଘଟଣାସ୍ଥଳରୁ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସର୍ଚ୍ଚ ଅପରେସନ ମଧ୍ୟ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.