LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଆମେରିକାର କାଲିଫର୍ଣ୍ଣିଆ ଗୁରୁଦ୍ବାରରେ ଗୁଳିମାଡ଼; ୨ଜଣ ଗୁରୁତର

27/03/2023 at 10:58 AM

ଓ୍ବାଶିଂଟନ: ଆମେରିକାର କାଲିଫର୍ଣ୍ଣିଆ ପ୍ରାନ୍ତରେ ଥିବା ଗୁରୁଦ୍ବାରରେ ଗୁଳମାଡ଼ । ଏହି ଗୁଳିକାଣ୍ଡରେ ୨ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ନ୍ୟୁଜ୍ ଏଜେନ୍ସିର ରିପୋର୍ଟ ମୁତାବକ, କାଲିଫର୍ଣ୍ଣିଆର ସେକ୍ରାମୈଣ୍ଟୋ କାଉଣ୍ଟିରେ ଥିବା ଶିଖ୍ ସମ୍ପ୍ରଦାୟଙ୍କ ଧର୍ମିକ ଅନୁଷ୍ଠାନ ଗୁରୁଦ୍ବାରରେ ଗୁଳିମାଡ଼ ହୋଇଛି । ଏହା ହେଟ୍ କ୍ରାଇମ୍ ନୁହେଁ, ବରଂ ଦୁଇଜଣଙ୍କ ମଧ୍ୟ ଝଗଡ଼ା ହେବା ପରେ ଗୁଳିମାଡ଼ ହୋଇଛି ବୋଲି ଏଏନଆଇ ପକ୍ଷରୁ କୁହାଯାଇଛି ।

ସେକ୍ରାମୈଣ୍ଟୋ କାଉଣ୍ଟିରେ ଶେରିଫ୍ କାର୍ଯ୍ୟାଳୟର ମୁଖପାତ୍ର ଅମର ଗାନ୍ଧି କହିଛନ୍ତି, ଗୁରୁଦ୍ବାର ସାମ୍ନାରେ ହୋଇଥିଲା ଝଗଡ଼ାରେ ୩ଜଣ ସାମିଲ ଥିଲେ । ସାମାନ୍ୟ ପାଟିତୁଣ୍ଡରୁ ଝଗଡ଼ା ଭୟଙ୍କର ରୂପ ଧାରଣ କରିଥିଲା । ଜଣେ ସନ୍ଦିଗ୍ଧ ଅନ୍ୟଜଣଙ୍କ ବନ୍ଧୁଙ୍କୁ ଗୁଳିମାରିବାରୁ ପ୍ରଥମ ସନ୍ଦିଗ୍ଧ ଦ୍ବିତୀୟ ସନ୍ଦିଗ୍ଧଙ୍କୁ ଗୁଳିମାରିଥିଲେ । ଝଗଡାରେ ସାମିଲ ଥିବା ସନ୍ଦିଗ୍ଧ ବ୍ୟକ୍ତି ଜଣେ ଅନ୍ୟଜଣଙ୍କୁ ଜାଣିଛନ୍ତି । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଗୁଳିକାଣ୍ଡ ହୋଇଥାଏ ବୋଲି କୁହାଯାଉଛି ।

ଗନ୍ ଭାଉଲେନ୍ସ ଡାଟାବେସ୍ ରିପୋର୍ଟ ଅନୁଯାୟୀ, ଆମେରିକାରେ ଗୁଳି ମାଡ଼ରେ ପ୍ରାୟ ୪୪ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।  

   Related Posts