ମୁଖ୍ୟ ଶ୍ରୋତକୁ ଫେରିଲେ ୨ ହାର୍ଡକୋର ମାଓବାଦୀ, ୮ଲକ୍ଷ ଟଙ୍କାର ଥିଲା ମୁଣ୍ଡ ଜାମିନ୍

Published By : Prameya-News7 Bureau | August 09, 2021 IST

ମାଲକାନଗିରି ୯।୮: ବିଶ୍ଵ ଆଦିବାସୀ ଦିବସରେ ମୁଖ୍ୟ ଶ୍ରୋତକୁ ଫେରିଲେ ଦୁଇ ହାର୍ଡକୋର ମାଓବାଦୀ । ମାଲକାନଗିରି ସୀମାନ୍ତ ଛତିଶଗଡ ରାଜ୍ୟର ବିଜାପୁର ଜିଲ୍ଲା ଏସପି କମଲ ଲୋଚନ କାଶ୍ୟପ ଓ ସିଆରପିଏଫ ଡିଆଜି କମଲ ସିଂହଙ୍କ ନିକଟରେ ସୋମବାର ଦୁଇ ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

କେନ୍ଦ୍ରୀୟ ମାଓ ସଂଗଠନର ବ୍ୟୁର ର୍ୟାଙ୍କରେ ଏସିଏମ କମାଣ୍ଡର ଭାବେ କାର୍ଯ୍ୟ କରୁଥିବା ରାଜୁ କାରମ ଓ ସୁନୀତା କାରମ ବିଶେଷ କରି ସଂଗଠନରେ ତେଲଗୁ ମାଓନେତାଙ୍କ ଅତ୍ୟାଚାର  ବଢୁଥିବା ବେଳେ ସରକାରଙ୍କ ଉନ୍ନୟନମୂଳକ କାମରେ ଆକୃଷ୍ଟ ହୋଇ ଅନ୍ଧାରି ଦୁନିଆକୁ ତ୍ୟାଗ କରି ମୁଖ୍ୟଶ୍ରୋତକୁ ଫେରିଛନ୍ତି । ପୂର୍ବରୁ ଅନେକ ହିଂସାକାଣ୍ଡରେ ସାମିଲ ଥିବା ଏହି ଦୁଇ ହାର୍ଡକୋର ମାଓ ନେତାଙ୍କ ଉପରେ ସରକାର ୮ ଲକ୍ଷ ଲେଖାଏଁ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିବା ବେଳେ ଆତ୍ମସମର୍ପଣ ପରେ ଏମାନଙ୍କୁ ସରକାରଙ୍କ ସମସ୍ତ ସୁବିଧା ଯୋଗାଇ ଦିଆଯିବ ବୋଲି ବିଜାପୁର ଏସପି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.