ରାଇଘରରେ ପୋଲିସ ଏନ୍‌କାଉଣ୍ଟର, ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ମାଓବାଦୀ ନିହତ

Published By : Prameya-News7 Bureau | May 09, 2024 IST

ନବରଙ୍ଗପୁର ୦୯।୦୫ : ନବରଙ୍ଗପୁର ଜିଲ୍ଲା ରାଇଘରରେ ପୋଲିସ-ମାଓବାଦୀ ଗୁଳିବିନିମୟ । ଏହି ଏନ୍‌କାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଛି । ଏବେବି ଚାଲିଛି ସର୍ଚ୍ଚ ଅପରେସନ।

ଖବର ଅନୁଯାୟୀ, ନବରଙ୍ଗପୁର ଜିଲ୍ଲା ରାଇଘରରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ କୁମ୍ବିଂ ଅପରେସନ ଚାଲିଥିଲା । ଏହି ସମୟରେ ଜଙ୍ଗଲରେ ଲୁଚି ରହିଥିବା ମାଓବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିଥିଲା । ଯାହାର ଦୃଢ ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏପିରିକି ଦୀର୍ଘ ସମୟ ଧରି ମାଓବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଥିଲା । ଯାହାଫଳର ଏହି ଏନ୍‌କାଉଣ୍ଟରରେ ଦୁଇ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ସେପଟେ ଏବେବି ଜଙ୍ଗଲରେ ଚାଲିଛି ସର୍ଚ୍ଚ ଅପରେସନ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.