ଫିଲ୍ମ ପ୍ରମୋସନକୁ ଯାଇ ଯୌନ ନିର୍ଯାତନାର ଶିକାର ହେଲେ ଅଭିନେତ୍ରୀ, ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍

Published By : Prameya-News7 Bureau | September 28, 2022 IST

କୋଝିକୋଡ଼େ: ଫିଲ୍ମର ପ୍ରମୋସନ କରିବାକୁ ଯାଇ ଯୌନ ନିର୍ଯାତନାର ଶିକାର ହେଲେ ମାଲାୟଲମ ଅଭିନେତ୍ରୀ। କେରଳ କୋଝିକୋଡ଼େ ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ଘଟିଛି।

ମଙ୍ଗଳବାର(୨୭ ସେପ୍ଟେମ୍ବର) ହିଲାଇଟି ମଲ୍‌ରେ ଗ୍ରେସ୍‌ ଅଣ୍ଟୋନି ଓ ସାନିୟା ଆୟପ୍ପନ ଦୁଇ ଅଭିନେତ୍ରୀ ଫିଲ୍ମ ପ୍ରମୋସନ କରୁଥିବା ବେଳେ ଆଶାଳୀନ ବ୍ୟବହାର ଶିକାର ହୋଇଥିଲେ। ଘଟଣା ବେଳର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଅଭିନେତ୍ରୀ ସାନିୟା ଦୁର୍ବ୍ୟବହାର କରିଥିବା ବ୍ୟକ୍ତିକୁ ଚାପୁଡ଼ା ମାରୁଥିବାର ଦେଖାଯାଉଛି। ଉଭୟ ଅଭିନେତ୍ରୀ ଘଟଣା ବେଳର ଭିଡିଓକୁ ସୋସିଆଲ୍ ମିଡିଆରେ ଶେୟାର କରିଛନ୍ତି।

ଘଟଣା ବିଷୟରେ ସୂଚନା ଦେଇ ସାନିୟା ଇନ୍‌ଷ୍ଟାରେ ପୋଷ୍ଟ କରି ଲେଖିଛନ୍ତି "ମଲ୍‌ରେ ଆୟୋଜିତ କାର୍ଯ୍ୟକ୍ରମରେ ଅତ୍ୟଧିକ ଲୋକ ଏକାଠି ହୋଇଥିଲେ। ମଲ୍ ଫୁଲ୍ ହୋଇଯାଇଥିଲା। ଲୋକଙ୍କୁ ନିୟନ୍ତ୍ରଣ କରିବା ସିକ୍ୟୁରିଟିଙ୍କ ପାଇଁ କଷ୍ଟକର ହୋଇପଡ଼ୁଥିଲା। କାର୍ଯ୍ୟକ୍ରମ ସରିବା ପରେ ଆମେ ଆମେ ଆସୁଥିବା ବେଳେ କିଛି ଲୋକ ମୋ ସହଯୋଗୀ ଅଭିନେତ୍ରୀଙ୍କୁ ଖରାପ ବ୍ୟବହାର କରିଥିଲେ। ପ୍ରବଳ ଭିଡ଼ ଯୋଗୁଁ ତାଙ୍କୁ ଫେରି ଚାହିଁବାକୁ ସମୟ ବି ମିଳି ନଥିଲା। ତେବେ ମୁଁ ଏହାର ପ୍ରତିକ୍ରିୟା ସ୍ୱରୂପ ଯବାବ ଦେଇଥିଲି। କେହି ବି ତାଙ୍କ ଜୀବନରେ ଏଭଳି ଘଟଣାର ସାମ୍ନା ନ କରନ୍ତୁ। "

wp:embed {"url":"https://youtu.be/Io7dTausrXU","type":"video","providerNameSlug":"youtube","responsive":true,"className":"wp-embed-aspect-16-9 wp-has-aspect-ratio"}
https://youtu.be/Io7dTausrXU
/wp:embed

ମହିଳାଙ୍କ ବିରୋଧରେ ହୋଇଥିବା ଏଭଳି ଘଟଣାର କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଅପରାଧି ବ୍ୟକ୍ତି ଦଣ୍ଡିତ ହେବା ଦରକାର ବୋଲି ଆଣ୍ଟୋନି ପୋଷ୍ଟରେ ଲେଖିଥିଲେ। ସେହିପରି ସାନିଆ ମଧ୍ୟ ଏହି ଘଟମାକୁ ସୋସିଆଲ୍ ମିଡିଆରେ ପୋଷ୍ଟ କରି ସୂଚନା ଦେଇଛନ୍ତି। ଫିଲ୍ମ ପ୍ରମୋସନରେ ଯାଇଥିବା ବେଳେ ଜଣେ ବ୍ୟକ୍ତି ମୋତେ ହଠାତ୍ ଅଶାଳନୀ ଭାବେ ଜାବୁଡ଼ି ଧରିଲେ ବୋଲି ସାନିଆ କହିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.