ହାତୀ ଦାନ୍ତ ବିକ୍ରି ପାଇଁ ଚାଲିଥିଲା ଡିଲ୍, ଦୁଇ ମାଫିଆଙ୍କୁ ମାଡିବସିଲା ବନ ବିଭାଗ

Published By : Prameya-News7 Bureau | February 24, 2021 IST

ଉଦଳା ୨୪।୨: ହାତୀ ଦାନ୍ତ ବିକ୍ରି ଡିଲ୍ ଚାଲିଥିବା ବେଳେ ଚଢାଉ କଲା ବନବିଭାଗ । ହାତୀ ଦାନ୍ତ ଜବତ କରି ଜଣଙ୍କୁ ଗିରଫ କଲା । ଏଭଳି ଘଟଣା ଘଟିଛି ଉଦଳା ଅଙ୍ଗାରପଦା ଅଂଚଳରେ । 

ସୂଚନାଯୋଗ୍ୟ ଯେ, ଗ୍ରାହକ ସାଜି ହାତୀ ଦାନ୍ତ କିଣିବାକୁ ଯାଇଥିଲେ ବନବିଭାଗ କର୍ମଚାରୀ । ୮ ପିସ୍ ହାତୀ ଦାନ୍ତ ୧୮ଲକ୍ଷ ଟଙ୍କାରେ କିଣିବା ପାଇଁ ମାଫିଆଙ୍କ ସହ କଥା ହୋଇଥିଲେ ବନବିଭାଗ କର୍ମଚାରୀ । ପୂର୍ବ ଯୋଜନା ମୁତାବକ ବୁଧବାର ହାତୀ ଦାନ୍ତ କିଣିବା ପାଇଁ ବନବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ହାତୀ ଦାନ୍ତ ଜବତ କରିବା ସହିତ ଦୁଇ ଜଣ ମାଫିଆଙ୍କୁ ସେଠାରୁ ଗିରଫ କରାଯାଇଛି । ଜବତ ହାତୀ ଦାନ୍ତର ଓଜନ ୪୫ କିଲୋ ହେବ ବୋଲି ଅନୁମାନ କରାଯାଉଛି ।

ଗତ କିଛି ଦିନ ତଳେ କପ୍ତିପଦାରେ ଦୁଇ ଗୋଟି ଦନ୍ତା ହାତୀର ମୃତ୍ୟୁ ହୋଇଥିବା ବେଳେ ଗୋଟିଏ ଦନ୍ତା ହାତୀର ଦାନ୍ତ ଲୁଟି ନେଇଥିଲେ ଶିକାରୀ । ଏହି ହାତୀ ଦାନ୍ତ ଜବତ ହେବା ପରେ ଶିମିଳିପାଳରେ ହାତୀ ଶିକାର ବଢିବାରେ ଲାଗିଥିବା ସ୍ପଷ୍ଟ ହୋଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.