ବାଲିପାଟଣାରେ ମୋବାଇଲ ଲୁଟ୍ ଅଭିଯୋଗରେ ୨ ଯୁବକଙ୍କୁ ମାଡ
16/10/2018 at 9:31 AM

ଭୁବନେଶ୍ବର ୧୬|୧୦: ମୋବାଇଲ ଲୁଟ ଅଭିଯୋଗରେ ୨ ଯୁବକଙ୍କୁ ମାଡ ମାରିଛନ୍ତି ଗ୍ରାମବାସୀ । ଭୁବନେଶ୍ବର ଉପକଣ୍ଠ ବାଲିପାଟଣା ଥାନା ବସନ୍ତମାଳ ବଜାରର ଘଟିଛି ଏଭଳି ଘଟଣା। ଗକାଲି ସଂଧ୍ୟାରେ ଦୁଇ ଜଣ ଝିଅ ଘରକୁ ଫେରିବା ବେଳେ ତିନିଜଣ ଯୁବକ ସେମାନଙ୍କୁ ପିଛା କରିଥିଲେ । ଅନ୍ଧାର ସୁଯୋଗ ନେଇ ଦୁଇ ଝିଅଙ୍କଠାରୁ ମୋବାଇଲ୍ ଝାମ୍ପି ନେଉଥିବା ବେଳେ, ସ୍ଥାନୀୟ ଲୋକେ ଦୁଇ ଲୁଟେରାଙ୍କୁ କାବୁ କରିନେଇଥିଲେ । ଅନ୍ୟଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ବାଲିପାଟଣା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଯୁବକଙ୍କୁ ଉଦ୍ଧାର କରିବା ସହ ଥାନାରେ ଅଟକ ରଖିଛି ।
Related Posts
ଡିଭାଇଡରରେ ପିଟି ହେଲା ବସ୍, ଗାଡ଼ିରେ ଥିଲେ ୨୦ରୁ ଅଧିକ ଯାତ୍ରୀ
30 January 2023
ସୁପାରି ନା ବ୍ୟକ୍ତିଗତ ରାଗ ? ନବ ଦାସଙ୍କ ମୃତ୍ୟୁ ଛାଡିଗଲା ଅନେକ ପ୍ରଶ୍ନ…
30 January 2023