ବନ୍ଧାହେଲା ଦୁଇ ଲୁଟେରା, ଡିକି ଭାଙ୍ଗି ଲୁଟି ନେଇଥିଲେ ୨ ଲକ୍ଷ ଟଙ୍କା

Published By : Prameya-News7 Bureau | March 25, 2023 IST

ସୋନପୁର ୨୫।୩: ଲୁଟ୍ ଘଟଣାର ପର୍ଦ୍ଦାଫାସ କଲା ସୋନପୁର ପୋଲିସ । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ଗ୍ରୀନ୍ ପାର୍କ ହୋଟେଲ ସମ୍ମୁଖରୁ ଗତ ୬ ତାରିଖରେ ଡିକି ଭାଙ୍ଗି ୨ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଘଟଣାରେ ୨ ଅଭିଯୁକ୍ତକୁ ଗିରଫ କଲା ସୋନପୁର ପୋଲିସ । ଅଭିଯୁକ୍ତମାନେ ହେଲେ ଗଞ୍ଜାମ ଜିଲ୍ଲା ଆସ୍କା ଥାନା ଅଞ୍ଚଳର ଆକାଶ ଦାସ ଓ ରଞ୍ଜିତ ରାଓ । ତାଙ୍କଠାରୁ ନଗଦ ଦେଢ ଲକ୍ଷ ଟଙ୍କା ଉଦ୍ଧାର କରିବା ସହ ଗୋଟିଏ ହୋଣ୍ଡା ୟୁନିକର୍ଣ୍ଣ ଗାଡିକୁ ଜବତ କରିଛି ପୋଲିସ ।

{"id":762946,"sizeSlug":"full","linkDestination":"none"}

ସୂଚନାଯୋଗ୍ୟ ଯେ, ଗତ ୬ ତାରିଖରେ ଖଲିଆପାଲି ଗାଁର ରୋହନ ସାହୁ ବ୍ୟାଙ୍କ ଅଫ ବରୋଦାରୁ ୨ ଲକ୍ଷ ଟଙ୍କା ଉଠାଇ ଫେରୁଥିଲେ । ତେବେ ବାଇଗନଜୁରିଠାରେ ହୋଟେଲ ନିକଟରେ ଥିବା ଚା’ ଦୋକାନରୁ ପାଣି ବୋତଲ କିଣିଲାବେଳେ ତାଙ୍କ ଡିକି ଭାଙ୍ଗି ଦୁର୍ବୁତ୍ତମାନେ ଟଙ୍କା ଲୁଟି ନେଇଥିଲେ । ସୋନପୁର ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.