ଟ୍ରେନ୍ ସହ ଧକ୍କା ହୋଇ ଅଳ୍ପକେ ବର୍ତ୍ତିଗଲା ୨ ଜୀବନ : ଜଣେ ଗୁରୁତର
27/03/2023 at 1:22 PM

ବ୍ରହ୍ମପୁର ୨୭।୩: ବ୍ରହ୍ମପୁର ରେଳ ଷ୍ଟେସନରେ ଅଳ୍ପକେ ବର୍ତ୍ତିଲା ଦୁଇ ଜୀବନ । ୟଶୱନ୍ତପୁର-ହାୱାଡା ସୁପରଫାଷ୍ଟ ଟ୍ରେନ୍ ସହ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଉଦ୍ଧାର କରାଯାଇଛି । ଉପସ୍ଥିତ ଲୋକ ଓ ରେଳବାଇ ପୋଲିସ କର୍ମଚାରୀ ଉଦ୍ଧାର କରିଛନ୍ତି । ଉଦ୍ଧାର ବୃଦ୍ଧଙ୍କ ପରିଚୟ ମିଳି ପାରିନଥିବା ବେଳେ ଗୁରୁତର ଆହତ ଜଣଙ୍କ କନ୍ଧମାଳ ଜିଲ୍ଲା ରାଇକିଆ ନିକଟ ଚାଂଚେଲି ଗ୍ରାମର ଚିତ୍ରସେନ ନାୟକ ବୋଲି ଜଣାପଡିଛି । ଉଭୟେ ମଦ୍ୟପାନ କରିଥିବା ଜଣାପଡ଼ିଛି । ବ୍ରହ୍ମପୁର ରେଳଷ୍ଟେସନର ପ୍ଲାଟଫର୍ମ ନମ୍ବର-୧ରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଗୁରୁତର ଚିତ୍ରସେନଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଷ୍ଟେସନରେ ଦୁର୍ଘଟଣା ଯୋଗୁଁ ୟଶୱନ୍ତପୁର-ହାୱାଡା ସୁପରଫାଷ୍ଟ ଟ୍ରେନଟି ନିଜ ନିୟମିତ ରହଣି ସମୟଠାରୁ ଅଧିକ ୨୦ମିନିଟ୍ ଅଟକିବାକୁ ପଡିଥିଲା । ଘଟଣାସ୍ଥଳରେ ଷ୍ଟେସନ ମ୍ୟାନେଜର, ଜିଆରପି ଓ ଆରପିଏଫ ଅଧିକାରୀ ଉପସ୍ଥିତ ରହି ତଦନ୍ତ କରୁଛନ୍ତି ।