ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ : ୨ ମହିଳା ମାଓବାଦୀ ମୃତ, ୩ଟି ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ଜବତ

18/12/2021 at 12:00 PM

ମାଲକାନଗିରି ୧୮।୧୨: ମାଲକାନଗିରି-ଛତିଶଗଡ଼ ସୀମାନ୍ତ ଦାନ୍ତେଓ୍ବାଡ଼ା ଜିଲ୍ଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଦୁଇ ମହିଳା ମାଓବାଦୀ ମୃତ ୩ଟି ବନ୍ଧୁକ ସହ ଅସ୍ତ୍ରଶସ୍ତ୍ର ଜବତ । ଦାନ୍ତେଓ୍ବାଡା ଜିଲ୍ଲା ଅରଣପୁର ଥାନା ଅନ୍ତର୍ଗତ ଗଣ୍ଡେରାସ ଜଙ୍ଗଲରେ ମାଓ କ୍ୟାମ୍ପ ଚାଲିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଡିଆରଜି ଯବାନମାନେ କମ୍ବିଂ ଅପରେସନ ଆରମ୍ଭ କରିଥିଲେ ।

ଯବାନଙ୍କ ଆସିବା ଦେଖି ମାଓବାଦୀମାନେ ଗୁଳି ଚାଳନା କରିବାରୁ ଯବାନମାନେ ପାଲଟା ଆକ୍ରମଣ କରିଥିଲେ । ପ୍ରାୟ ୨ ଘଣ୍ଟାର ଗୁଳିବିନିମୟ ପରେ ମାଓବାଦୀମାନେ ଘଞ୍ଚ ଜଙ୍ଗଲର ସହାୟତା ନେଇ ଖସି ପଳାଇଥିବା ବେଳେ ଘଟଣାସ୍ଥଳରୁ ଯବାନମାନେ ଦୁଇ ମହିଳା ମାଓବାଦୀଙ୍କ ମୃତଦେହ ସହ ୩ଟି ଅତ୍ୟାଧୁନିକ ବନ୍ଧୁକ ଓ ଅନେକ ମାଓ ସାମଗ୍ରୀ ଜବତ କରିଛନ୍ତି ।

ମୃତ ମହିଳା ମାଓବାଦୀ ହିଦ ମେ କୋରାମେ ଦରଭା ଡିଭିଜନର ଏରିଆ କମିଟି ମେମ୍ବର । ତାଙ୍କ ମୁଣ୍ଡ ଉପରେ ପୂର୍ବରୁ ସରକାର ୫ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିବା ବେଳେ ଅନ୍ୟ ଜଣେ ମାଲେଙ୍ଗର ଡିଭିଜନର ପାର୍ଟି ମେମ୍ବର ପୋଜେ ବୋଲି ଜଣାପଡିଛି । ତାଙ୍କ ମୁଣ୍ଡ ଉପରେ ସରକାର ପୂର୍ବରୁ ୧ ଲକ୍ଷ ଟଙ୍କାର ଅର୍ଥ ରାଶି ଘୋଷଣା କରିଥିଲେ । ବର୍ତ୍ତମାନ ସୁଦ୍ଧା ସମ୍ପୃକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରିଥିବା ନେଇ ଦାନ୍ତେୱାଡା ଏସପି ଅଭିଶେକ ପଲ୍ଲଭ ସୂଚନା ଦେଇଛନ୍ତି ।

   Related Posts