ଜମି ମାଲିକାନାକୁ ନେଇ ଗଣ୍ଡଗୋଳରେ ଆକ୍ସନ, ଦୁଇ ଲେଡି ଡନ୍ ଗିରଫ
31/03/2023 at 12:48 PM

ଭୁବନେଶ୍ବର ୩୧।୦୩ : ୧୦ କୋଟିର ଜମି ପାଇଁ କୋଟିଏ ଟଙ୍କାର ବଟି ମଗା ମାମଲାରେ ପୋଲିସର ଆକ୍ସନ । ଭଙ୍ଗାରୁଜା କରିଥିବା ୨ ଜଣ ଲେଡି ଡନଙ୍କୁ ବାନ୍ଧିଲା ପୋଲିସ । ଲକ୍ଷ୍ମୀସାଗର ଅଞ୍ଚଳରେ ଦୁଇ ଲେଡି ଡନଙ୍କ ଘର ବୋଲି ଜଣାପଡିଛି । ପୂର୍ବରୁ ୭ ଜଣ ବାଉନ୍ସରଙ୍କୁ ବାନ୍ଧିଥିଲା ନୟାପଲ୍ଲୀ ପୋଲିସ।
ଖବର ଅନୁଯାୟୀ, ପ୍ରେସିଡେନ୍ସି ପାଖରେ ଏକ ବିବାଦୀୟ ଜମିକୁ କରିଥିଲେ ଜବରଦଖଲ । ପରେ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଭଙ୍ଗାରୁଜା କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏନେଇ ୨୫ ତାରିଖରେ ନୟାପଲ୍ଲୀ ଥାନାରେ ଏତଲା ହୋଇଥିଲା । ଏତଲାକୁ ଆଧାର କରି ନକୁଳ ମହାକୁଡ଼, ଆଶିଷ ଜେନା, ଦୀପକ ଦାସ,ଲକ୍ଷ୍ମୀକାନ୍ତ ଦାସ, ରାଜେଶ କୁମାର ପାତ୍ର, ପ୍ରଦୀପ ବାଳିଆରସିଂ ଓ ଆଶିଷ ରାୟଙ୍କୁ ଗିରଫ କରାଯାଇଥିଲେ।
ତେବେ ନକୁଳ ମହାକୁଡ଼ ନାଁରେ ପୂର୍ବରୁ NSA ଲାଗିଥିଲା । ମାଷ୍ଟରମାଇଣ୍ଡ ଝାରପଡାର ରାଘବ ଜେନା ଏବେବି ଫେରାର ରହିଛନ୍ତି । ଏମାନେ ମହିଳାଙ୍କୁ ଢାଲ କରି ଚଳାଇଥିଲେ ଜମି ଜବରଦଖଲ କରିଥିଲେ ଗ୍ୟାଙ୍ଗ । ହାତରେ ଦଉଡି ବାନ୍ଧି ରାସ୍ତାରେ ଚଲେଇ ନେଇଥିଲା ପୋଲିସ । ଆଉ ଏବେ ଦୁଇ ଲେଡି ଡନ୍ଙ୍କୁ ଗିରଫ କରିଛି ପୋଲିସ ।