ପଥର ତଳେ ଫଶି ରହିଛନ୍ତି ୨ଶ୍ରମିକ

Published By : Prameya-News7 Bureau | June 02, 2018 IST

୩୦ ଘଣ୍ଟାରୁ ଅଧିକ ସମୟ ହେଲାଣି ଜୟପୁର ରାଣୀଗଡ ଗୁମ୍ମା ପଥର କ୍ଵାରିରେ ଫଶି ରହିଛନ୍ତି ୨ଶ୍ରମିକ । ଗୁରୁବାର ରାତିରୁ ଉଦ୍ଧାର କାମ ଚାଲିଥିଲେବି ଉଦ୍ଧାର ହୋଇ ପାରିନାହାନ୍ତି । ୨ ଜଣ ହେଲେ ଜେସିବି ଅପରେଟର ସଞ୍ଜୟ ଦାସ ଓ ଘନଶ୍ୟାମ ଗୁରୁ । ସଞ୍ଜୟ ଦାସଙ୍କ ଆଠଗଡର ବେ।ଲି ଜଣାଯାଇଛି । ସଞ୍ଜୟଙ୍କ ପରିବାର ଲେ।କେ ଦୁଃଖରେ ଭାଙ୍ଗିପଡିଛନ୍ତି । ତୁରନ୍ତ ଉଦ୍ଧାର ପାଇଁ ପରିବାର ଲୋକ ଦାବି କରିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ଏବେ ପ୍ରୟାସ ଜାରି ରହିଛି । ନିର୍ଦ୍ଧିଷ୍ଟ ଭାବେ କେତେ ଜଣ ପଥର ତଳେ ଚାପି ହୋଇ ରହିଛନ୍ତି ଏବଂ ଏତେ ସମୟ ବିତିବା ପରେ ସେମାନଙ୍କ ଅବସ୍ଥା କେମିତି ରହିଛି । ସେନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ମିଳି ପାରିନି । ଅଗ୍ନିଶମ ବିଭାଗ ଏବଂ ଓଡ୍ରାଫ ଟିମ ଉଦ୍ଧାର କାମ କରୁଛନ୍ତି । ବଡ ବଡ ପଥର ହଟାଇବା ସହଜ ହେଉନଥିବାରୁ ଉଦ୍ଧାର କାମ ବିଳମ୍ବ ହେଉଛି । ସୁରକ୍ଷା ବ୍ୟବସ୍ଥା ଢିଲା ଯେ।ଗୁଁ ଏଭଳି ଅଘଟଣ ହେ।ଇଥିବା ଅଭିଯୋଗ ହେ।ଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.