Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭଦ୍ରକ : ୩ ଦିନ ହେଲା ନିଖୋଜ ଥିଲେ, ନଦୀରୁ ମିଳିଲା ଯୁବକଙ୍କ ମୃତଦେହ
  • ||
  • କେନ୍ଦୁଝର : ରାସ୍ତା ମଝିରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ବିନିକା : ଶେଷ ଦିନରେ ବି ପ୍ରଶ୍ନପତ୍ର ଭାଇରାଲ୍, ପରୀକ୍ଷା ପୂର୍ବରୁ ମୋବାଇଲ୍‌ରୁ ମୋବାଇଲ୍‌କୁ ଘୂରିବୁଲିଥିଲା
  • ||
  • ଭୁବନେଶ୍ବର : କୌଣସି ପ୍ରଶ୍ନପତ୍ର ଭାଇରାଲ୍ ହୋଇନି : ଗଣଶିକ୍ଷା ମନ୍ତ୍ରୀ
  • ||
  • ଖଲ୍ଲିକୋଟ : ଅଟୋକୁ ପଛପଟୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଡ୍ରାଇଭରଙ୍କ ସମେତ ୪ ଆହତ
  • ||
  • ଭୁବନେଶ୍ବର : ଆସନ୍ତା ୩ ତାରିଖରୁ ମାଟ୍ରିକ୍ ଖାତା ଦେଖା, ଅପ୍ରେଲ ଶେଷ ସୁଦ୍ଧା ପ୍ରକାଶ ପାଇବ ଫଳ
  • ||
  • ଭୁବନେଶ୍ୱର: ସରିଗଲା ମାଟ୍ରିକ୍ ପରୀକ୍ଷା, ଶେଷ ଦିନରେ ସବଜେକ୍ଟ୍ ଥିଲା ମ୍ୟାଥମାଟିକ୍ସ
  • ||
  • ଭୁବନେଶ୍ୱର : ପଶ୍ଚିମା ଝଡ଼ର ପ୍ରଭାବ, ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବର୍ଷା
  • ||

ଗ୍ୟାସ୍‌ ପାଇପ୍‌ ନିର୍ମାଣ ବେଳେ ଅଘଟଣ; କମ୍ପ୍ରେସର୍‌ ଚାପାରେ ୨ ଶ୍ରମିକ ମୃତ

4/02/2023 at 9:40 PM

ନୟାଗଡ଼ ୦୪/୦୨: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ସୁନାଲଟି ନିକଟରେ ଅଘଟଣl ଗ୍ୟାସ ପାଇପ ତିଆରି ବେଳେ କମ୍ପ୍ରେସର ଚାପାରେ ଛିଟିକି ପଡ଼ି ୨ ଶ୍ରମିକଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୩ ଶ୍ରମିକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତକଙ୍କ ପରିଚୟ ସୋନୁ ଓ ବିଜୟ ଗାଙ୍ଗୁଲି l ସେମାନେ ମହାରାଷ୍ଟ୍ରର ବାସିନ୍ଦା। ଗୁରୁତରଙ୍କ ପରିଚୟ ହେଲେ ରାମ୍ ସିଂ, ସୁନିଲ କୁମାର ଏବଂ ୟୁ ପଟେଲ୍। ସେମାନେ ଉତ୍ତରପ୍ରଦେଶର ବାସିନ୍ଦା।

ଖବର ଅନୁସାରେ, ଗେଲ୍‌ ଇଣ୍ଡିଆ ପକ୍ଷରୁ ସୁନାଲଟି ପାଖରେ ପାଇପ ଲାଇନ ନିର୍ମାଣ ହେବା ବେଳେ କମ୍ପ୍ରେସର୍‌ରେ ସେଗୁଡିକୁ ସଫା କରାଯାଉଥିଲାl ଅଚାନକ କମ୍ପ୍ରେସର ଚାପାରେ ୨ ଶ୍ରମିକ ଭିତରେ ଚାପି ହୋଇଯାଇଥିବା ବେଳେ ଅନ୍ୟ ୩ଜଣ ବାହାରକୁ ଛିଟିକି ପଡ଼ିଥିଲେl ପରେ ସମସ୍ତଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିଲେ l ଆହତମାନଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ଜଣାପଡ଼ିଛି। ଘରୋଇ କମ୍ପାନୀ ପକ୍ଷରୁ ଅଣଓଡ଼ିଆ ଶ୍ରମିକଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଥିଲା। ଘଟଣାସ୍ଥଳରେ ଇଟାମାଟି ପୋଲିସ ତଦନ୍ତ କରୁଛିl

   Related Posts