୩୦ ଘଣ୍ଟା ପରେ ମିଳିଲା ୨ ଶ୍ରମିକଙ୍କ ମୃତଦେହ, ପଥର ବ୍ଲାଷ୍ଟିଂ ବେଳେ ହୋଇଥିଲେ ଚାପି
27/08/2023 at 8:23 AM

ମୋହନା ୨୭।୦୮: ମୋହନାରେ ପଥର ବ୍ଲାଷ୍ଟିଂ ବେଳେ ପଥର ତଳେ ଚାପି ହୋଇ ୨ ଶ୍ରମିକଙ୍କ ମୃତ୍ୟୁ ଘଟଣା । ୩୦ ଘଣ୍ଟା ପରେ ମୃତଦେଗ ଉଦ୍ଧାର କରାଯାଇଛି l
ଖବର ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ମୋହନା ତହସିଲଦାରଙ୍କ ନେତୃତ୍ୱରେ ପୋଲିସ, ଅଗ୍ନିଶମ ବାହିନୀ ମିଳିତ ଭାବେ ଜେସିବି ସହାୟତାରେ ପଥର ବାହାର କରି ଦୁଇ ଟି ମୃତଦେହ ଉଦ୍ଧାର କରିଛନ୍ତି । ଶୁକ୍ରବାର ସଂଧ୍ୟା ବେଳେ ବନ୍ଧାଗୁଡା କ୍ରସର ନିକଟରେ ପଥର ବ୍ଲାଷ୍ଟିଙ୍ଗ କରୁଥିବା ବେଳେ ୨ଶ୍ରମିକଙ୍କ ଉପରେ ଏକ ବିଶାଳ ପଡିଯାଇଥିଲା l ଯାହାଫଳରେ ପଥର ତଳେ ଚାପି ହୋଇ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଯାଇଥିଲା l

ପଥର ତଳେ ଚାପି ହୋଇ ରହିଯାଇଥିଲେ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅଞ୍ଚଳର ନାରାୟଣ ନାହାକ ଓ ତାଙ୍କ ଭଣଜା ବିଷ୍ଣୁ ପ୍ରସାଦ ନାହାକ l ବିଶାଳ ପଥର ତଳେ ଚାପି ହୋଇଥିବା ଯୋଗୁଁ ସେମାନଙ୍କ ମୃତଦେହ ଉଦ୍ଧାର କରିବା ପ୍ରଶାସନ ପାଇଁ କଷ୍ଟ ସାଧ୍ୟ ଥିଲା l ଅଘଟଣ ପରଠାରୁ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ । ଶେଷରେ ଜେସିବି ସହାୟତାରେ ପଥର ଭାଙ୍ଗି ଶନିବାର ବିଳମ୍ବିତ ରାତିରେ ଶବ ଜବତ କରାଯାଇଛି l