ତେଲଙ୍ଗାନାରେ ଦୁଇ କିନ୍ନର ଡାକ୍ତର ରଚିଲେ ଇତିହାସ, ପ୍ରଥମ ଥର ଏହି ସରକାରୀ ସେବାରେ ହେଲେ ନିୟୋଜିତ

Published By : Prameya-News7 Bureau | December 01, 2022 IST

ହାଇଦ୍ରାବାଦ, ୧/୧୨: ତେଲଙ୍ଗାନାରେ ଦୁଇ କିନ୍ନର ଡାକ୍ତର ରଚିଲେ ଇତିହାସ । ସମାଜର କୁତ୍ସାରଟନା ତଥା ବିଭିନ୍ନ ବାଧାବିଘ୍ନ ସତ୍ବେ ନିଜର ମେଡିକାଲ ପାଠ ପଢ଼ା ଶେଷ କରି ଦୁଇ କିନ୍ନର ତେଲଙ୍ଗାନାର ପ୍ରଥମ କିନ୍ନର ଡାକ୍ତର ହୋଇ ଇତିହାସ ରଚିଛନ୍ତି। ପ୍ରାଚୀ ରାଠୋଡ଼ ଏବଂ ରୁଥ ଜନପାଲ ନିକଟରେ ମେଡିକାଲ ଅଧିକାରୀ ଭାବରେ ସରକାରୀ ଉତ୍ସାମିଆ ଜେନେରାଲ ହସ୍ପିଟାଲ(ଓଜିଏଚ)ରେ ନିୟୋଜିତ ହୋଇଛନ୍ତି।

ରାଠୋଡ଼ ଆଦିଲାବାଦର ଏକ ମେଡିକାଲ ମହାବିଦ୍ୟାଳୟରୁ ୨୦୧୫ ରେ ଏମବିବିଏସର ପାଠ୍ୟକ୍ରମ ଶେଷ କରିଥିଲେ। ରାଠୋଡ଼ ସ୍ନାତକୋତ୍ତର ପଢ଼ିବା ପାଇଁ ଦିଲ୍ଲୀ ଯାଇଥିଲେ କିନ୍ତୁ ପ୍ରତିକୂଳ ପରିସ୍ଥିତି ଯୋଗୁଁ ତାଙ୍କୁ ହାଇଦ୍ରାବାଦ ଫେରିବାକୁ ପଡ଼ିଥିଲା।

ଏହାପରେ ସେ ଏକ ହସ୍ପିଟାଲରେ କାମ କରିବା ସହ ମେଡିକାଲରେ ଡିପ୍ଲେମା କରିଥିଲେ। ରାଠୋଡ଼ ତିନି ବର୍ଷ ପର୍ଯ୍ୟନ୍ତ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ କାମ କରିଥି​‌ଲେ କିନ୍ତୁ ଲିଙ୍ଗଗତ ପରିଚୟ ଯୋଗୁଁ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା କମିବା ଭୟରେ ତାଙ୍କୁ ସେହି ହସ୍ପିଟାଲ କାମ କରିବାକୁ ମନା କରାଯାଇଥିଲା। ପରେ ଏକ ଏନଜିଓ ସହାୟତାରେ ଏନଜିଓର ଏକ କ୍ଲିନିକ୍‌ରେ ଚାକିରି ମିଳିଥିଳା। ଆଉ ଏବଂ ତାଙ୍କୁ ଓଜିଏଚରେ ନିୟୋଜିତ ଅଛନ୍ତି। ସେ କହିଛନ୍ତି ଆପଣଙ୍କ ସଂପୂର୍ଣ୍ଣ ଉପଲବ୍ଧି ପରେ ବି ଭେଦଭାବ କେବେ ଯାଏ ନାହିଁ।

ସେ ଆହୁରି କହିଥିଲେ ଯେ ଡାକ୍ତର ହେବା ସ୍ବପ୍ନ ଠାରୁ ବଡ଼ ଥିଲା ସମାଜରେ କେମିତି ସାମ୍ନା କରିବାକୁ ହେବ। ସେ କହିଛନ୍ତି ଯଦି  ସରକାର ଚାକିରି ଏବଂ ଶିକ୍ଷାରେ ସଂରକ୍ଷଣ ଦେଲେ ଏହି ସମୁଦାୟକୁ ଜୀବନରେ ଆଗକୁ ବଢ଼ିବାରେ ସାହାଯ୍ୟ ହେବ। ସେ କହିଛନ୍ତି ଲିଙ୍ଗଗତ ଅଳ୍ପସଂଖ୍ୟକଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଧ୍ୟାନ ଦେବା ଦରକାର।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.