ଦାଦନ ଖଟିବାକୁ ଯାଇ ଗଲା ଜୀବନ, ତାମିଲନାଡ଼ୁରେ ୨ ଯୁବତୀଙ୍କ ମୃତ୍ୟୁ

Published By : Prameya-News7 Bureau | June 04, 2020 IST

କଳାହାଣ୍ଡି ୦୪।୦୬: ଦାଦନ ଖଟିବାକୁ ଯାଇ ଗଲା ଜୀବନ । କଳାହାଣ୍ଡିର ଜିଲ୍ଲାର ୨ ଯୁବତୀଙ୍କ ତାମିଲନାଡ଼ୁରେ ମୃତ୍ୟୁ ହୋଇଛି । ତାମିଲନାଡ଼ୁର ପନରୀ ଥାନା ଅନ୍ତର୍ଗତ ମିନଜୁର ଇଟା ଭାଟିରେ ଉଭୟଙ୍କ ମୃତ୍ୟୁ ହୋଇଛି । ମୃତକ ୨ ଜଣ ହେଲେ ଗୋଲାମୁଣ୍ଡା  ମାନଝରୀ ଗାଁର ୨୦ ବର୍ଷୀୟା ପ୍ରମିଳା ଚଣ୍ଡି  ଏବଂ ୨୧ ବର୍ଷୀୟା  ମଦନା ଚଣ୍ଡି ।

ସୂଚନାଯୋଗ୍ୟ ଯେ, ଦୁଇ ଯୁବତୀ ତାଙ୍କ ପରିବାର ସହ ଇଟା ଭାଟିକୁ ଦଲାଲ ମାଧ୍ୟମରେ ଦାଦନ ଖଟିବାକୁ ଯାଇଥିଲେ । ଗତକାଲି ଟ୍ରକରେ ଇଟା ବୋଝେଇ କରୁଥିବା ବଳେ ଇଟା ଭାଟି ଧସି ପଡିବାରୁ ଚାପି ହୋଇ ଘଟଣାସ୍ଥଳରେ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତ ଦେହ ବ୍ୟବଚ୍ଛେଦ ପରେ ମୃତକଙ୍କ ପରିବାର ସେଠାରେ ଶବ ସତ୍କାର କରିଛନ୍ତି ।  ମୃତକ ପରିବାରକୁ ଓଡିଶା ଫେରିବା ବ୍ୟବସ୍ଥା କରିବାକୁ ଇଟା ଭାଟି ମାଲିକଙ୍କୁ ଶ୍ରମ ବିଭାଗ ନିର୍ଦ୍ଦେଶ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.