ବିହାରରେ ଦୁଇ ବିଚାରପତିଙ୍କ ଉପରେ ମରଣାତ୍ମକ ଆକ୍ରମଣ, ଗାଳି-ଗୁଲଜ୍ ସହ ମାରପିଟ୍ କଲେ ଦୁର୍ବୁତ୍ତ
15/03/2023 at 9:57 PM

ନୂଆଦିଲ୍ଲୀ, ୧୫/୦୩: ସାସାରାମ ସିଭିଲ କୋର୍ଟର ଦୁଇ ବିଚାରପତିଙ୍କ ଉପରେ ମଙ୍ଗବାର ରାତିରେ କିଛି ଲୋକ ମରଣାତ୍ମକ ଆକ୍ରମଣ କରିଥିଲେ। ଏମିତିକି ବିଚାରପତିଙ୍କୁ ଗାଳି-ଗୁଲଜ କରିବା ସହ ମାରପିଟ୍ କରିଥିଲେ। ତେବେ ଘଟଣାସ୍ଥଳରେ ଥିବା କିଛି ଲୋକ ତାଙ୍କୁ ବଞ୍ଚାଇଥିଲେ। ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ଅଭିଯୁକ୍ତଙ୍କୁ ଧରିଥିଲା। କିନ୍ତୁ ସେମାନଙ୍କ ସହ ଥିବା କିଛି ଦୁର୍ବୁତ୍ତ ପୋଲିସ୍ ଉପରକୁ ଆକ୍ରମଣ କରି ସେମାନଙ୍କୁ ଖସାଇନେଇଥିଲେ।
ଏହାପରେ ପୋଲିସ୍ ବଡ଼ ମାତ୍ରାରେ କାର୍ଯ୍ୟାନୁଷ୍ଠାନ କରି ଦୁଇ ଅଭିଯୁକ୍ତ ବେଦା ସ୍ଥିତ ପେଟ୍ରୋଲ ପମ୍ପର ମାଲିକ ରମାକାନ୍ତ ସିଂହ ତଥା ସାଢ଼ି ସଂସାର କପଡ଼ା ଦୋକାନର ମାଲିକ ସାନ୍ତନୁଙ୍କୁ ଗିରଫ କରିଛି। ପରେ ତାଙ୍କୁ ବୁଧବାର ଅଦାଲତରେ ହାଜର କରିଥିଲା। ବିଚାରପତି ରାମଚନ୍ଦ୍ର ପ୍ରସାଦ ଏବଂ ଦେବଶ କୁମାରଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା।
ପୋଲିସ୍ର ସୂଚନା ଅନୁଯାୟୀ, ବିଚାରପତି ଦୁଇ ଜଣ ଘରକୁ ଫେରୁଥିବା ସମୟରେ ତାଙ୍କ ଉପରେ ଆକ୍ରମଣ କରିଥିଲେ ରମାକାନ୍ତ ଏବଂ ଶାନ୍ତନ୍ତୁ ନାମକ ଦୁଇ ଯୁବକ। ଏମିତିକି ତାଙ୍କୁ ମାଡ଼ ମାରିବା ସହ ଗାଳି-ଗୁଲଜ୍ କରିଥିଲେ ଏମିତିକି ତାଙ୍କ ଠାରୁ ୭ ହଜାର ଛଡ଼ାଇ ନେଇଥିଲେ। ଏହି ସମୟରେ ଉପସ୍ଥିତ ଥିବା କିଛି ଲୋକ ତାଙ୍କୁ ଉଦ୍ଧାର କରିଥିଲେ।