ସ୍ୱାଧୀନତା ଦିବସରେ ମାଓ ହମ୍‌ଲା, ଦୁଇ ଯବାନ ସହିଦ

Published By : Prameya-News7 Bureau | August 15, 2023 IST

ରାଉରକେଲା ୧୫।୦୮: ସ୍ୱାଧୀନତା ଦିବସରେ ଅଘଟଣ । ମାଓ ଆକ୍ରମଣରେ ଦୁଇ ଯବାନ ସହିଦ । ଦୁଇ ଯବାନ ଅମିତ କୁମାର ତିଓ୍ୱାରୀ ଏବଂ ଆଉ ଜଣେ କନେଷ୍ଟବଳ ଗୌତମ କୁମାର ବୋଲି ଜଣାପଡିଛି ।

ଖବର ଅନୁଯାୟୀ, ଝାଡ଼ଖଣ୍ଡ ପଶ୍ଚିମ ସିଂହଭୂମି ଟଣ୍ଟୋ ଜଙ୍ଗଲରେ ଚାଲିଥିଲା ମାଓ ଅପରେସନ । ଏହି ସମୟରେ ହଠାତ୍‌ ମାଓବାଦୀମାନେ ଆକ୍ରମଣ କରିଥିଲେ । ଯେଉଁଥିରେ ଝାଡଖଣ୍ଡ ଜାଗୁଆର ଫୋର୍ସର ସବ୍‌ ଇନ୍‌ସପେକ୍ଟର ଅମିତ କୁମାର ତିଓ୍ୱାରୀ ଏବଂ କନେଷ୍ଟବଳ ଗୌତମ କୁମାର ସହିଦ ହୋଇଛନ୍ତି ।

ତେବେ ମିଳିଥିବା ତଥ୍ୟ ଅନୁସାରେ ଦୁଇ ଦିନ ତଳେ ସହିଦ ଅମିତ ତିଓ୍ୱାରୀ ବାପା ହୋଇଥିଲା । ଏହି ଅବସରରେ ସେ ଛୁଟିରେ ଖୁବଶୀଘ୍ର ଘରକୁ ଫେରିବେ ବୋଲି ପତ୍ନୀଙ୍କୁ କହିଥିଲେ । କିନ୍ତୁ କିଏ ଜାଣିଥିଲା ଏହା ତାଙ୍କର ଶେଷ କଲ୍‌ ହେବ । ଆଉ ମାଓ ଆକ୍ରମଣରେ ହୋଇଯିବ ସହିଦ

ସେପଟେ ମାଓ ହମ୍‌ଲା ନେଇ ସୂଚନା ମିଳିବା ପରେ ସ୍ଥାନୀୟ ପୋଲିସ ଏବଂ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଟଣ୍ଟୋ ଜଙ୍ଗଲରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଯାଇଛି । ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରୁ ଯାଇଥିବା ସୂଚନା ମଧ୍ୟ ମିଳିଛି ।

wp:embed {"url":"https://www.prameyanews7.com/most-successful-teams-of-asia-cup-tournaments/","type":"wp-embed","providerNameSlug":"prameya-news-7"}
https://www.prameyanews7.com/most-successful-teams-of-asia-cup-tournaments/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.