ଯବାନଙ୍କୁ ଟାର୍ଗେଟ୍ କରି ମାଓବାଦୀ ଖଞ୍ଜିଥିଲେ ଲ୍ୟାଣ୍ଡମାଇନ୍ : ବିସ୍ଫୋରଣରେ ୨ ଯବାନ ସହିଦ, ୩ ଗୁରୁତର

Published By : Prameya-News7 Bureau | March 04, 2021 IST

ମାଲକାନଗିରି ୪।୩: ଝାଡଖଣ୍ଡ ପଶ୍ଚିମ ସିଂହଭୂମ ଜିଲ୍ଲା ହୋୟତୁ ଗାଁରେ ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ । ଫଳରେ ୨ ଯବାନ ସହିଦ ହୋଇଥିବା ବେଳେ ୩ ଗୁରୁତର ହୋଇଥିଲେ । ମାଓବାଦୀମାନେ ଲ୍ୟାଣ୍ଡମାଇନଟି ଖଞ୍ଜିଥିବା କୁହାଯାଉଛି। ସହିଦ ଯବାନ ହେଲେ ହାର୍ଦ୍ୟର ସାହା ଏବଂ କିରଣ ସୁରିନ । ଗୁରୁତର ୩ ଯବାନଙ୍କୁ ହେଲିକାପ୍ଟର ଯୋଗେ ରାଞ୍ଚି ସ୍ଥାନାନ୍ତର କରାଯାଇଛି ।  

ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ପରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ହେଡ୍ କନଷ୍ଟେବଳ ଦେବେନ୍ଦ୍ର କୁମାର ପଣ୍ଡିତ, କନଷ୍ଟେବଳ ଦୀପ ତପୋନ, କନଷ୍ଟେବଳ ନିକ୍କୁ ଉରାମ୍ବ ଗୁରୁତର ହୋଇଛନ୍ତି ।  

ଗୁରୁବାର ସକାଳେ ଟୋକ୍ଲୋ ଥାନା ଅନ୍ତର୍ଗତ ଲାଞ୍ଜି ଜଙ୍ଗଲରେ ଜିଲ୍ଲା ପୋଲିସ ଏବଂ ସିଆରପିଏଫ୍ ଯବାନ ସର୍ଚ୍ଚ ଅପରେସନ କରୁଥିଲେ ।  ହଠାତ୍ ସିଆରପିଏଫ ଯବାନଙ୍କ ଗୋଡ ପଡିଥିଲା ଲ୍ୟାଣ୍ଡମାଇନ୍ ଉପରେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.