ଦୀପାବଳିରେ ଅଘଟଣ; ବାଣ ଫୁଟାଇବାବେଳେ ୨ ଆହତ, ଆକାଶଦୀପରୁ ଜଳିଲା ଟେଣ୍ଟ ହାଉସ୍‌

Published By : Prameya-News7 Bureau | November 12, 2023 IST

ଯାଜପୁର/ବାସୁଦେବପୁର/ ବାରିପଦା: ଦୀପାବଳିରେ ଅଘଟଣ । ବାଣଫୁଟାଇବାବେଳେ ଯାଜପୁର ବିଞ୍ଝାରପୁର ଥାନା କପାସି ଗ୍ରାମର ଆକାଶ ଜେନା (୧୪) ଗୁରୁତର ଆହତ ହୋଇଛନ୍ତି। ବାଣ ଫୁଟାଉଥିବା ସମୟରେ ତାଙ୍କ ହାତରେ ନିଆଁ ଲାଗିଯାଇଥିଲା। ତେବେ ପ୍ରଥମେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସମାନ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ବାସୁଦେବପୁରରେ। ଏଠାରେ ମଧ୍ୟ ବାଣଫୁଟି ରାଜଘର ପୋଖରୀ କୁଆଳି ଗ୍ରାମର ୧୩ ବର୍ଷର ନାବାଳକ ରତିକାନ୍ତ ସେନାପତି ଗୁୁରୁତର ହୋଇପଡ଼ିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଆହୁରି ପଢ଼ନ୍ତୁ: ବାଣ ନିଆଁରେ ଜଳିଗଲା ୫ ବସ୍, ପାର୍କିଂରେ ଛିଡ଼ା ହୋଇଥିବାବେଳେ ଘଟିଲା ଅଘଟଣ

ସେପଟେ ବାରିପଦା ଲାଲବଜାର ସ୍ଥିତ ସ୍ବର୍ଣ୍ଣଲକ୍ଷ୍ମୀ ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ ହୋଇଛି। ସୂଚନା ଅନୁଯାୟୀ, ଏକ ଆକାଶଦୀପରୁ ଟେଣ୍ଟ ହାଉସରେ ଅଗ୍ନିକାଣ୍ଡ ହୋଇଛି। ତେବେ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର ୨ଟି ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.