ବଜ୍ରାଘାତରେ ଦୁଇ ଜଣ ଗୁରୁତର
25/07/2019 at 5:42 PM

ଆନନ୍ଦପୁର ୨୫|୭: ଆନନ୍ଦପୁର ଉପଖଣ୍ଡ ଅଞ୍ଚଳରେ ବଜ୍ରପାତରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଉଭୟଙ୍କୁ ଆନନ୍ଦପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନାଯୋଗ୍ୟ ଯେ, ଆନନ୍ଦପୁର ଥାନା ଅକରୁଆ ଗାଁର ଯୁବକ ଅକ୍ଷୟ ଜେନା ନିଜ ଘର ଦାଣ୍ଡ ପିଣ୍ଢାରେ ବସିଥିବା ସମୟରେ ବଜ୍ରପାତ ଯୋଗୁଁ ଗୁରୁତର ହୋଇଥିଲେ । ତାଙ୍କୁ ପରିବାର ଲୋକେ ଡାକ୍ତରଖାନା ଭର୍ତ୍ତି କରିଛନ୍ତି ।
ସେହିପରି ଘସିପୁରା ଥାନା ଅନ୍ତର୍ଗତ କୁମୁଡ ଗାଁର ଶରତ ନାୟକ ନିଜ ନିର୍ମାଣଧିନ ଇନ୍ଦିରା ଆବାସ ଘର ନିକଟରେ ଛିଡା ହୋଇଥିବା ବେଳେ ବଜ୍ରପାତ ଯୋଗୁଁ ଘରର ଗୋଟିଏ ପାଖ କାନ୍ଥ ତାଙ୍କ ଉପରେ ପଡିଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।
Related Posts
ହୀରକୁଦରେ ୬୨୬ ଫୁଟ ଟପିଲା ଜଳସ୍ତର, ୪୦ ଗେଟ୍ ଦେଇ ଜଳ ନିଷ୍କାସନ
17 August 2022
ବନ୍ୟା ବିତ୍ପାତ, କେନ୍ଦ୍ରାପଡାରେ ଦୁଇ ଦିନ ସ୍କୁଲ ଛୁଟି
16 August 2022