Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଗିରଫ ହେଲେ କନ୍ନଡ଼ ଅଭିନେତା ଚେତନ କୁମାର, ହିନ୍ଦୁ ଧର୍ମକୁ ନେଇ କରିଥିଲେ ବିବାଦୀୟ ପୋଷ୍ଟ୍‌
  • ||
  • ଖୋର୍ଦ୍ଧା : ଟ୍ରକକୁ ପଛରୁ ପିଟିଲା ପିକ୍‌ଅପ୍‌ ଭ୍ୟାନ୍‌, ୨ ମୃତ
  • ||
  • ଧର୍ମଗଡ଼ : ବନୀକରଣ ନାଁରେ ଦୁର୍ନୀତି, ଜେଲ୍‌ ଗଲେ ଦୁଇ ପୂର୍ବତନ ବନ ଅଧିକାରୀ
  • ||
  • ମୁମ୍ବାଇ : କିରଣ ଖେର୍‌ କୋଭିଡ଼ ପଜିଟିଭ୍‌, ଟ୍ୱିଟ୍‌ ଜରିଆରେ ଲୋକଙ୍କୁ କଲେ ଖାସ୍‌ ଅପିଲ୍‌
  • ||
  • ଭୁବନେଶ୍ୱର : ଆଜିଠୁ ରାଜ୍ୟରେ ବର୍ଷା କମିବ, ତାପମାତ୍ରା ୩ରୁ ୪ ଡିଗ୍ରୀ ବଢିବ
  • ||

ଜଙ୍ଗଲୀ ବାରହାଙ୍କ ଉପଦ୍ରବ, ଆକ୍ରମଣ ଯୋଗୁଁ ଦୁଇ ଶ୍ରମିକ ଗୁରୁତର

8/03/2023 at 12:59 PM

ଢେଙ୍କାନାଳ ୮।୩: ଜଙ୍ଗଲୀ ବାରହାଙ୍କ ଉପଦ୍ରବ । ଆଉ ଏହି ଜଙ୍ଗଲୀ ବାରହା ଆକ୍ରମଣ ଯୋଗୁଁ ଦୁଇ ଜଣ ଗୁରୁତର ହୋଇଛନ୍ତି । ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମ ନିକଟରେ ଥିବା ଏକ ଇଟାଭାଟିରେ ପଶି ଆକ୍ରମମ କରିଛନ୍ତି ଜଙ୍ଗଲୀ ବାରହା । ଦୁଇଟି ବାରହା ବୁଧବାର ଭୋର ସମୟରେ ଏହି ଇଟାଭାଟିରେ ପଶି ଯାଇଥିଲେ ।

ଫଳରେ ଇଟାଭାଟିରେ ଥିବା ଶ୍ରମିକମାନଙ୍କୁ ଆକ୍ରମଣ କରିଥିଲେ । ଶ୍ରମିକମାନେ ପ୍ରାଣ ବଞ୍ଚାଇ ପଳାଉଥିବା ବେଳେ ଦୁଇ ଜଣ ଶ୍ରମିକଙ୍କୁ ବାରହା କାମୁଡି ଗୁରୁତର କରିଛନ୍ତି । ଗୁରୁତର ଶ୍ରମିକ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଶ୍ରମିକମାନେ ତରଭା ଗ୍ରାମର ଗୌରାଙ୍ଗ ସେନାପତି ଓ କାମାକ୍ଷାନଗର କଙ୍କଡାହାଡ଼ ଅଞ୍ଚଳର କାହ୍ନୁ ପ୍ରଧାନ ବୋଲି ଜଣାପଡିଛି । ତେବେ କାହ୍ନୁଙ୍କ ଅବସ୍ଥା ଶୋଚନୀୟ ଥିବାରୁ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତରିତ କରାଯାଇଛି ।

   Related Posts