ନିର୍ମାଣାଧୀନ ସ୍କୁଲ କୋଠା ଭୁଶୁଡି ଦୁଇ ଶ୍ରମିକ ଗୁରୁତର
9/06/2019 at 9:55 AM

ଝାରସୁଗୁଡ଼ା ୯|୬: ଝାରସୁଗୁଡ଼ାରେ ନିର୍ମାଣାଧୀନ ସ୍କୁଲ୍ କୋଠା ଭୁଶୁଡ଼ି ଦୁଇ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ଛାତ ପଡିବା ବେଳେ ସ୍କୁଲର ନିର୍ମାଣାଧୀନ କୋଠା ଭୁଶୁଡିବାରୁ ଦୁଇ ଜଣ ଶ୍ରମିକ ଚାପି ହୋଇଯାଇଥିଲେ । ପ୍ରାୟ ୨ ଘଣ୍ଟା ସଂଘର୍ଷ କରିବା ପରେ ସେମାନଙ୍କୁ ଉଦ୍ଧାର କରାଯାଇଛି । ଜଣକ ଅବସ୍ଥା ଗୁରୁତର ରହିଥିବାରୁ ତାଙ୍କୁ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ଘଟଣା ଘଟିଛି ଲଖନପୁର ବ୍ଲକର ଧୁଲୁଣ୍ଡା ପ୍ରାଥମିକ ବିଦ୍ୟାଳୟରେ । ଜିଲ୍ଲା ଖଣିଜ ଉନ୍ନୟନ ପାଣ୍ଠିରୁ ସ୍କୁଲରେ ଅତିରିକ୍ତ କୋଠା ନିର୍ମାଣ ଚାଲିଥିବା ବେଳେ ନିମ୍ନମାନର କାମ ଯୋଗୁଁ ସ୍ଥାନୀୟ ଲୋକଙ୍କ ବିରୋଧ ସତ୍ତ୍ବେ କାମ କରୁଥିବା ଠିକାଦାର ଛାତ ପକାଇଥିଲେ ।
Related Posts
ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲରେ ବିଶ୍ୱ ଫାର୍ମାସିଷ୍ଟ ଦିବସ ପାଳିତ
25 September 2023
ତୁଟୁନି ବର୍ଷା-ଅନୁଭବ ଅଡ଼ୁଆ, ପ୍ରଥମ ଦିନ ସରିଲା ଷ୍ଟାର ଦମ୍ପତିଙ୍କ କାଉନସେଲିଂ
25 September 2023
ରୋହିତ ପୂଜାରୀ ସମ୍ବଲପୁର ଜିଲ୍ଲା ବିଜେଡି ସଭାପତି
25 September 2023
ଲଘୁଚାପ ଜନିତ ଲଗାଣ ବର୍ଷା : ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ
25 September 2023