suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ଭୁଜାଲି ଆକ୍ରମଣରେ ଜଣେ ଯୁବକ ଏବଂ ଜଣେ ମହିଳା ଗୁରୁତର

18/07/2019 at 8:07 AM

ବଡବିଲ ୧୮|୭: ଯୋଡା ଲେଙ୍ଗଡା ହଟିଂରେ ଭୁଜାଲି ମାଡରେ ଜଣେ ଯୁବକ ଓ ଜଣେ ମହିଳା ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଉଛନ୍ତି ସୁରେନ୍ଦ୍ର ପୂର୍ତ୍ତୀ ଏବଂ ମହିଳା ଜଣଙ୍କ ହେଉଛନ୍ତି ରୁକ୍ମଣୀ ପାତ୍ର । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଯୋଡା ଟାଟା ଷ୍ଟିଲ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭୁଜାଲି ମାଡରେ ସୁରେନ୍ଦ୍ରଙ୍କ ବାମ ହାତରେ ଗଭୀର ଆଘାତ ଲାଗିଥିବା ବେଳେ, ରୁକ୍ମଣୀଙ୍କ ମୁଣ୍ଡରେ କ୍ଷତ ହୋଇଛି । ନାଣ୍ଡୁ ନାମକ ଜଣେ ଯୁବକ ତାର ସାଙ୍ଗମାନଙ୍କ ସହି ହଟିଂରେ ବସି ମଦ ପିଉଥିବା ସମୟରେ ସେମାନଙ୍କୁ ବିରୋଧ କରିବାରୁ ସୁରେନ୍ଦ୍ର ପୂର୍ତ୍ତି ଓ ରୁକ୍ମଣୀ ପାତ୍ର ଆକ୍ରମଣର ଶିକାର ହୋଇଥିଲେ । ନାଣ୍ଡୁ ଏକ ଭୁଜାଲିରେ ସେମାନଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଯୋଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି ।

   Related Posts