Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଜମିରୁ ଓପାଡିଦେଲେ ବାଡ, ବିରୋଧ କରିବାରୁ ମହିଳାଙ୍କୁ ଆକ୍ରମଣ

13/03/2023 at 1:19 PM

ସୋର ୧୩।୩: ଜମିବାଡି ବିବାଦକୁ ନେଇ ଆକ୍ରମଣ l ଆକ୍ରମଣରେ ଦୁଇ ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି l ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ପଲସା ପଂଚାୟତ କୋଡିଆସାହି ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ପଲସା ପଂଚାୟତ କୋଡିଆସାହି ଗ୍ରାମରେ ଜମିବାଡି ବିବାଦକୁ ନେଇ ରବୀନ୍ଦ୍ର ପଣ୍ଡାଙ୍କ ପରିବାର ଓ ପ୍ରଦୀପ ପଣ୍ଡାଙ୍କ ପରିବାର ମଧ୍ୟରେ ଦୀର୍ଘଦିନ ଧରି ବିବାଦ ଲାଗି ରହିଥିଲା l ସୋମବାର ରବୀନ୍ଦ୍ର ପଣ୍ଡା ବାଡ଼ ବୁଜିଥିବା ସ୍ଥାନରୁ ପ୍ରଦୀପ ପଣ୍ଡା ଓପାଡି ଦେବାରୁ ରବୀନ୍ଦ୍ରଙ୍କ ସ୍ତ୍ରୀ ସଙ୍ଗୀତା ପଣ୍ଡା ଏହାକୁ ବିରୋଧ କରିଥିଲେ l ଏଥିରେ  ଉତକ୍ଷିପ୍ତ ହୋଇ ପ୍ରଦୀପ ଓ ତାଙ୍କ ପରିବାର ସଂଘବଦ୍ଧ ଭାବେ ସଂଗୀତାଙ୍କୁ ଆକ୍ରମଣ କରିଥିଲେ l ଏହା  ଦେଖି  ସଂଗୀତାଙ୍କ ସ୍ୱାମୀ ରବୀନ୍ଦ୍ର ଛଡ଼ାଇବାକୁ ଆସିଥିବା ବେଳେ ପ୍ରଦୀପ ପରିବାର ଲୋକ ବାଡ଼ିରେ ରବୀନ୍ଦ୍ରକୁ ଆକ୍ରମଣ କରିଥିଲେ l ଆକ୍ରମଣରେ ରବୀନ୍ଦ୍ରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବା ପରେ ତାଙ୍କୁ ସ୍ଥାନୀୟ ଲୋକ ଖଇରା ମେଡିକାଲରେ ଭର୍ତ୍ତି କରିଛନ୍ତି l ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି  l

   Related Posts