ଗଞ୍ଜାମ ରମ୍ଭା ଅଞ୍ଚଳରେ ଘର କାନ୍ଥ ପଡି ୨ଜଣ ନାବାଳକ ଗୁରୁତର
20/10/2018 at 5:56 PM

ଗଞ୍ଜାମ ୨୦|୧୦: ଗଞ୍ଜାମ ଜିଲ୍ଲା ରମ୍ଭା ଲକ୍ଷ୍ମୀପୁର ସାହିରେ ଅଭାବନୀୟ ଘଟଣା ଘଟିଛି । ଘରର କାନ୍ଥ ପଡି ୨ଜଣ ନାବାଳକ ଗୁରୁତର ହୋଇଛନ୍ତି । ସେମାନେ ହେଲେ ରାମ ବେହେରା ଓ ପଙ୍କଜ ବେହେରା । କାନ୍ଥ ପଡିଯିବାରୁ ଉଭୟଙ୍କ ଗୋଡ ଓ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଚିକିତ୍ସା ପାଇଁ ରମ୍ଭା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ହେବା ପରେ ଉଭୟ ଘରକୁ ଫେରିଛନ୍ତି ।