ଭାରସାମ୍ୟ ହରାଇ ରାସ୍ତା କଡକୁ ଖସିଲା ଯାତ୍ରୀବାହୀ ବସ୍, ଦୁଇ ଜଣ ଆହତ

Published By : Prameya-News7 Bureau | August 02, 2019 IST

କଳାହାଣ୍ଡି ୨|୮: କଳାହାଣ୍ଡିରେ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ଦୁଇ ଜଣ ଆହତ ହୋଇଥିବା ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି । ଆହତ ଯାତ୍ରୀମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ଜାତୀୟ ରାଜପଥ ୨୬ ସିୟୁନି ନିକଟରେ ଯାତ୍ରୀବାହୀ ବସ୍ ରଘୁନାଥ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡିଥିଲା । ଫଳରେ ବସ୍ ରେ ଥିବା ଦୁଇ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ବସ୍ ଟି ଭୁବନେଶ୍ବରରୁ ଉମରକୋଟ ଯାଉଥିଲା । ବର୍ଷା ପାଇଁ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିଥିବା ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ ହୋଇଛି । ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ । ସେମାନଙ୍କୁ ଅନ୍ୟ ଗାଡିରେ ସ୍ଥାନାନ୍ତର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.