ବିଶ୍ବର ୧୦୦ ସର୍ବୋତ୍ତମ ରେଷ୍ଟୁରାଣ୍ଟ ମଧ୍ୟ‌ରେ ଦୁଇଟି ଭାରତୀୟ, ତାଲିକାରେ ପ୍ରଥମ ଥର ପାଇଲେ ସ୍ଥାନ

Published By : Prameya-News7 Bureau | June 07, 2024 IST

ନୂଆଦିଲ୍ଲୀ: ବିଶ୍ବର ୧୦୦ ସର୍ବୋତ୍ତମ ରେଷ୍ଟୁରାଣ୍ଟ ମଧ୍ୟରେ ସ୍ଥାନ ପାଇଲେ ଭାରତର ଦୁଇ ରେଷ୍ଟୁରାଣ୍ଟ । ମୁମ୍ବାଇର ପ୍ରତିଷ୍ଠିତ ରେଷ୍ଟୁରାଣ୍ଟ ‘ମାସ୍କ’ ୭୮ ତମ ସ୍ଥାନରେ ଥିବାବେଳେ, ଏହା ଭାରତର ସର୍ବୋତ୍ତମ ରେଷ୍ଟୁରାଣ୍ଟର ମାନ୍ୟତା ହାସଲ କରିଛି। ସେହିଭଳି ନୂଆଦିଲ୍ଲୀର ଇଣ୍ଡିଆନ ଆସେଣ୍ଟ ୮୯ତମ ସ୍ଥାନରେ ରହିଛି। ଏହି ଦୁଇଟି ଯାକ ରେଷ୍ଟୁରାଣ୍ଟ ପ୍ରଥମ ଥର ଏହି ତାଲିକାରେ ସ୍ଥାନ ପାଇଛନ୍ତି। 

ତେବେ ଏହା ପୂର୍ବରୁ ମଧ୍ୟ, ଚଳିତ ବର୍ଷ ଜାରି ହୋଇଥିବା ଏସିଆର ୫୦ ବେଷ୍ଟ ରେଷ୍ଟୁରାଣ୍ଟ ମଧ୍ୟରେ ରହିଥିଲେ। ମାସ୍କ ଏସିଆର ସର୍ବୋତ୍ତମ ରେଷ୍ଟୁରାଣ୍ଟ ତାଲିକା ୨୦୨୪ରେ ୨୩ ନମ୍ବର ତାଲିକାରେ ରହିଛି। ଯେତେବେଳେକି ଇଣ୍ଡିଆନ ଆସେଣ୍ଟ୨୬ ତମ ସ୍ଥାନରେ ରହିଥିଲା ୨୦୨୪ରେ। ମାସ୍କ ରେଷ୍ଟୁରାଣ୍ଟ ଏହାର ମକ୍କଇ ମାଥ୍ରୀ ଭଳି ଡିସ୍‌ ପାଇଁ ଖୁବ୍ ପ୍ରସିଦ୍ଧ। ସେହଭଳି ଇଣ୍ଡିଆନ ଆସେଣ୍ଟ ମଧ୍ୟ ଏହାର ଭିନ୍ନ ଖାଦ୍ୟକୁ ନେଇ ଖୁବ୍‌ ପ୍ରସିଦ୍ଧ।

ସେହିଭଳି ଏସିଆର ୫୦ ସର୍ବୋତ୍ତମ ରେଷ୍ଟୁରାଣ୍ଟରେ ଭାରତୀୟ ସେଫ୍‌ ଗଗ୍ଗନ ଆନନ୍ଦଙ୍କ ରେଷ୍ଟୁରାଣ୍ଟ, ‘ବ୍ୟାଙ୍କକ’ ଏହି ତାଲିକାରେ ୯ମ ସ୍ଥାନରେ ରହିଥିଲା । ଏହା କ୍ରମାଗତ ଦ୍ବିତୀୟ ଥର ଯେତେବେଳେ ବ୍ୟାଙ୍କକ ଏହି ତାଲିକାରେ ରହିଛି । ୨୦୨୩ରେ ଏହା ୧୭ତମ ସ୍ଥାନରେ ରହିଥିଲା। ଆହୁରି ମଧ୍ୟ ଏହି ରେଷ୍ଟୁରାଣ୍ଟକୁ ଏସିଆର ସର୍ବୋତ୍ତମ ରେଷ୍ଟୁରାଣ୍ଟ ବୋଲି ଘୋଷଣା କରାଯାଇଛି।

ସେହିଭଳି ଆଉ ଜଣେ ଭାରତୀୟ ରେଷ୍ଟୁରାଣ୍ଟ, ‘ଟ୍ରେସଇଣ୍ଡ ଷ୍ଟୁଡିଓ ୧୩’ ନମ୍ବର ରାଙ୍କରେ ରହିଛି। ଏହି ରେଷ୍ଟୁରାଣ୍ଟ ସେଫ୍‌ ହିମାଂଶୁ ସାଇନିଙ୍କ ଦ୍ବାରା ପରିଚାଳିତ। ୨୦୨୩ରେ ଏହା ୧୧ ନମ୍ବର ରାଙ୍କରେ ରହିଥିଲା। ଆଉ ଏହା ସହ ଏହା ମଧ୍ୟ ପ୍ରାଚ୍ୟର ସର୍ବୋତ୍ତମ ରେଷ୍ଟୁରାଣ୍ଟ ହୋଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.