୨ଟି ବେଆଇନ୍ ଦେଶୀ ବନ୍ଧୁକ ଜବତ; ଜଣେ ଶୀକାରି ଗିରଫ
14/12/2022 at 7:38 PM

ଦେବଗଡ଼ ୧୪/୧୨: ଦେବଗଡ଼ ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ଗାଁରୁ ପୋଲିସ ୨ଟି ଦେଶୀ ବନ୍ଧୁକ ଜବତ କରିଛି। ବିନା ଲାଇସେନ୍ସରେ ଏହି ବନ୍ଧୁକ ରଖିବା ଅଭିଯୋଗରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ପରିଚୟ ପୁଲସ୍ତି ଧୀବର। ଦେବଗଡ଼ ଏସପିଙ୍କ ନିର୍ଦ୍ଦେଶରେ ସମସ୍ତ ଥାନା ଅଞ୍ଚଳରେ ବେଆଇନ ଅସ୍ତ୍ର ଶସ୍ତ୍ର ଧରପଗଡ଼ ଜାରିରହିଛି।
ବୁଧବାର ବାରକୋଟ ଥାନା ଅନ୍ତର୍ଗତ ବଲଣ୍ଡା ଗାଁରେ ସମ୍ପୃକ୍ତ ଅଭିଯୁକ୍ତ ବନ୍ଧୁକ ରଖି ଜଙ୍ଗଲରୁ ଜନ୍ତୁ ଶୀକାର କରୁଥିବା ଅଭିଯୋଗ ହୋଇଥିଲା। ଏହା ଜାଣି ବାରକୋଟ ପୋଲିସ ବଲଣ୍ଡା ଗାଁର ଅଭିଯୁକ୍ତଙ୍କ ଘରେ ଚଢ଼ଉ କରି ୨ଟି ଦେଶୀ ବନ୍ଧୁକ ଜବତ କରିଥିଲେ। ଗିରଫ ପରେ ସମ୍ପୃକ୍ତ ଅଭିଯୁକ୍ତକୁ ଅଦାଲତ ଚାଲାଣ କରାଯାଇଛି। ଏନେଇ ଦେବଗଡ଼ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆରକ୍ଷି ଅଧିକ୍ଷକ ପ୍ରମୋଦ କୁମାର ରଥ ଜଣାଇଛନ୍ତି।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023