vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସଂକ୍ରମଣରେ ଟପ୍‌ରେ ଖୋର୍ଦ୍ଧା ଜିଲ୍ଲା, ସ୍ଥିତି ସମ୍ଭାଳିବାକୁ ଟିମ୍ ଗଞ୍ଜାମ ଆସିବ ଖୋର୍ଦ୍ଧା

2/09/2020 at 7:09 AM

ଭୁବନେଶ୍ୱର ୦୨।୦୯: ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ରହିଛି । ପ୍ରତିଦିନ ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଖାସ୍‌ କରି ଖୋର୍ଦ୍ଧା ଓ କଟକ ଜିଲ୍ଲାରେ ସଂକ୍ରମଣ ଗ୍ରାଫ୍‌ ବଢିବାରେ ଲାଗିଥିବା ବେଳେ ଗଞ୍ଜାମରେ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି । ତେଣୁ ଖାସ୍‌ କରି ଖୋର୍ଦ୍ଧା ଜିଲ୍ଲାରେ ଗତ କିଛି ଦିନ ହେଲା ସଂକ୍ରମଣ ହାର ବଢିବାର ଲାଗିଛି । ଯାହାକୁ ନଜର ରଖି ରାଜ୍ୟ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି । ଗଞ୍ଜାମ ଯାଇଥିବା ସ୍ବତନ୍ତ୍ର ଟିମ୍ ଆସିବ ଖୋର୍ଦ୍ଧା । 

ଯେତେବେଳେ ଗଞ୍ଜାମରେ କରୋନା ସ୍ଥିତି ଅସମ୍ଭାଳ ହୋଇଥିଲା ଦୁଇ ଯୁବ ଆଇଏଏସଙ୍କୁ ଦାୟିତ୍ବ ଦେଇଥିଲେ ରାଜ୍ୟ ସରକାର । ଗଞ୍ଜାମରେ କରୋନା ନିୟନ୍ତ୍ରଣକୁ ଆସିଥିଲା ।   ଏହି ଦୁଇ ଯୁବ ଆଇଏଏସ ଅଫିସର ଖୋର୍ଦ୍ଧାରେ ଲାଗିବେ । ମୁଖ୍ୟ ଶାସନ ସଚିବ ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ।  ଏହି ଦୁଇ ଯୁବ ଆଇଏଏସ  ଅଧିକାରୀ ପାରୁଲ ପଟୱାରି ଏବଂ ବିଶାଲ ସିଂହଙ୍କ କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଛନ୍ତି ରାଜ୍ୟ ସରକାର । ଏବେ ଏହି ଦୁଇ ଅଧିକାରୀଙ୍କୁ ଖୋର୍ଦ୍ଧାରେ ନିୟୋଜିତ କରିବାକୁ ଯୋଜନା କରାଯାଇଛି । ବିଶେଷ କରି ବିଏମସି ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଏମାନେ କରୋନା ପରିଚାଳନାରେ ସାହାଯ୍ୟ ଓ ସହଯୋଗ କରିବେ ।

   Related Posts