୩ ମୃତ ବିଦେଶୀ ପକ୍ଷୀ ସହିତ ୨ ଶିକାରୀ ଗିରଫ
20/03/2023 at 6:04 PM

ଟାଙ୍ଗୀ ୨୦।୩: ଚିଲିକାରେ ଏବେବି ଚାଲିଛି ବିଦେଶୀ ପକ୍ଷୀଙ୍କ ଶିକାର । ପକ୍ଷୀ ଶିକାର ପରେ ୨ଜଣ ଶିକାରୀ ୩ଟି ମୃତ ବିଦେଶୀ ପକ୍ଷୀ (ଲାର୍ଜ ହୁଇଷ୍ଟିଲିଂ ଡକ୍)କୁ ଏକ ଜରି ବ୍ୟାଗରେ ଭର୍ତ୍ତି କରି ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ଚୂଡାରାଣୀ ମୁର୍ମୁଙ୍କ ନେତୃତ୍ୱରେ ଗଠିତ ଏକ ଟିମ୍ ଅତର୍କିତ ଚଢ଼ାଉ କରି ଟାଙ୍ଗୀ ନିକଟସ୍ଥ ଛକଡିପୁର ରେଳବାଇ ଫାଟକ ନିକଟରେ ଧରପଗଡ କରିଥିଲେ । ଧରାପଡି ଗିରଫ ହୋଇଥିବା ଶିକାରୀ ଦ୍ୱୟ ହେଲେ ହାଟବରଡିହ ଗ୍ରାମର ସୁବାଷ ଚନ୍ଦ୍ର ବେହେରା ଏବଂ ଝାଡ଼ଖଣ୍ଡ ଜିଲ୍ଲା ମାଲ ମାନ୍ଦ୍ରୋ ବଜାର ଅଞ୍ଚଳର ଜୟକୃଷ୍ଣ ସିଂହ । ମୃତ ବିଦେଶୀ ପକ୍ଷୀଙ୍କୁ ଶିକାରୀମାନେ କିଭଳି ଶିକାର କରିଛନ୍ତି ସେନେଇ ପକ୍ଷୀଙ୍କ ପଞ୍ଚନାମା ପରେ ସ୍ପଷ୍ଟ ହେବ ବୋଲି ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ଚୂଡାରାଣୀ ମୁର୍ମୁ କହିଛନ୍ତି ।