ହରିଣ ମାଂସ ବିକ୍ରି କରୁଥିବା ଦୁଇ ଶିକାରୀ ଗିରଫ, କଟା ମୁଣ୍ଡ ଓ ଗୋଡ ଜବତ

Published By : Prameya-News7 Bureau | February 19, 2020 IST

ଆଠଗଡ ୧୯।୨: ଚୋରାରେ ଚାଲିଥଲା ହରିଣ ଶିକାର । ମାଂସ ବିକ୍ରି କରୁଥିଲେ ଶିକାରୀ । ଏବେ ବନ ବିଭାଗ ହାତରେ ଧରାପଡିଛନ୍ତି ଶିକାରୀ । ହରିଣର କଟା ମୁଣ୍ଡ ଓ ଗୋଡ ଜବତ କଲା ବନ ବିଭାଗ । ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ।

{"id":226239,"sizeSlug":"large"}

ସୂଚନାଯୋଗ୍ୟ ଯେ, ୩୫୦ ରୁ ୪୦୦ ଟଙ୍କା ରେ ମିଳୁଥିଲା ହରିଣ ମାଂସ । ସ୍କୁଟି ଓ  ଟାଟା ମ୍ୟାଜିକ୍ ଗାଡ଼ିରେ ଗୁରୁଡିଝାଟିଆ ଅଞ୍ଚଳରେ ଖୁଲମଖୁଲା ବିକ୍ରି ହେଉଥିଲା ଆଉ ଏହାର ସ୍ଵତନ୍ତ୍ର ଗରାଖମାନେ ମଧ୍ୟ ଆନନ୍ଦରେ ନେଉଥିଲେ ଏହି ଜଙ୍ଗଲୀ ମାଂସକୁ। ଏହି ଖବର ପ୍ରଚାରିତ ହେବା ପରେ ଛାନଭିନ ଆରମ୍ଭ କରିଥିଲା ଆଠଗଡ଼ ବନବିଭାଗ । ଖୁଣ୍ଟୁଣୀ ରେଞ୍ଜର ମାଗୁଣି ଚରଣ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ସ୍ବତନ୍ତ୍ର ନଜର ରଖିଥିଲା ଏହି ଶିକାରୀମାନଙ୍କ ଉପରେ ।

{"id":226240,"sizeSlug":"large"}

ଗତ ସାତ ମାସ ଧରି ବାରମ୍ବାର ବନବିଭାଗକୁ ଚକମା ଦେଇ ଖସିଯାଉଥିବା ଏହି ଶିକାରୀମାନଙ୍କ ମଧ୍ୟରୁ ଆଜି ଦୁଇଜଣଙ୍କୁ କାବୁ କରିଛି ବନ ବିଭାଗ । ସେମାନେ ହେଲେ ଓସ୍ତପୁର  ଗ୍ରାମର ଶିଶିର କୁମାର ସାହୁଙ୍କ ପୁଅ ପ୍ରଦୀପ୍ତ କୁମାର ସାହୁ ଓ କଣ୍ଟାଣିଆ ଗ୍ରାମର ଜଗନ୍ନାଥ ମଙ୍ଗୁଆଳଙ୍କ ପୁଅ ପବିତ୍ର ମଙ୍ଗୁଆଳ । ଉଭୟ ଅଭ୍ୟାସ ଗତ ଶିକାରୀ । ଏପର୍ଯ୍ୟନ୍ତ ସେମାନେ ୧୦୦୦ରୁ ଉର୍ଦ୍ଧ୍ବ ହରିଣ ଶିକାର କରି ମାଂସ ଓ ଚମଡା ବିକ୍ରି କରିଥିବା ଆଠଗଡ଼ ବନ ବିଭାଗ ପକ୍ଷରୁ କୁହାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.