Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁଇ ଚୋରା ପଥର ଚିପ୍ସ ବୋଝେଇ ହାଇଓ୍ବାକୁ ଧରି ପୋଲିସକୁ ଜିମା ଦେଲେ ଲୋକେ

19/11/2019 at 9:27 AM

ଘଟଗାଁ ୧୯।୧୧: କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକରେ ଚୋରା ପଥର ଚିପ୍ସ ବୋଝେଇ ହାଇଓ୍ବାକୁ ଧରି ପୋଲିସକୁ ଜିମା ଦେଲେ ସ୍ଥାନୀୟଲୋକେ । ପୋଲିସ ଦୁଇ ହାଇଓ୍ବାକୁ ଗାଡିର କାଗଡପତ୍ର ଯାଞ୍ଚ ସହ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ସୂଚନାଯୋଗ୍ୟ ଯେ,  ଘଟଗାଁ ବ୍ଲକରେ  ଶ୍ରୀଦୁର୍ଗ। କନଷ୍ଟ୍ରକସନ କମ୍ପାନୀର ଏକ କ୍ରସରରୁ ବେଆଇନ୍ ଭାବେ ବିଭିନ୍ନ ସ୍ଥାନକୁ ପଥର ଚିପ୍ସ ଚୋରା ଚାଲାଣ କରାଯାଉଥିବାର ଅଭିଯୋଗ ହେଉଛି । ଗତ କିଛି ଦିନ ହେବ ସ୍ଥାନୀୟ ଲୋକେ ଜିଲ୍ଲାପାଳ, ତହସିଲଦାରଙ୍କ ପାଖରେ ଏନେଇ ଅଭିଯୋଗ କରୁଛନ୍ତି । ପୋଲିସ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ହେବାରୁ ଗତ କାଲି ବିଳମ୍ବିତ ରାତିରେ ସ୍ଥାନୀୟ ଲୋକେ କମ୍ପାନୀର ଦୁଇଟି ପଥର ଚିପ୍ସ ବୋଝେଇ ହାଇଓ୍ବାକୁ ଘଟଗାଁ ଓ ହରିଚନ୍ଦନପୁର ରାସ୍ତାରେ ଅଟକାଇ ପୋଲିସର ଯିମା ଦେଇଛନ୍ତି ।

ଘଟଗାଁ ପୋଲିସ ଦୁଇ ହାଇଓ୍ବାକୁ ଥାନାକୁ ଆଣିବା ସହ କାଗଜ ପତ୍ର ଯାଂଚ ସହ ଦୁଇ ଡ୍ରାଇଭରଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି । ଦୀର୍ଘ ଦିନରୁ ଦୁର୍ଗା କମ୍ପାନୀ କିଛି ସରକାରୀ ଅଧତ୍କାରୀଙ୍କୁ ମୋଟା ଅଙ୍କର ଲାଞ୍ଚ ଦେଇ ଏହିପରି ବିନା ଟିପି ଚାଲାଣରେ ଶହ ଶହ ଟ୍ରିପ ପଥର ଚିପ୍ସ ବିକ୍ରି କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଏହା ସହିତ ବିନା ଲିଜରେ ଦୁର୍ଗ। କମ୍ପାନୀ ଜଙ୍ଗଲ ଭିତରେ ବ୍ଲାଷ୍ଟିଙ୍ଗ କରି ପଥର ଆଣୁଥିବା ମଧ୍ୟ ଲୋକମାନେ ଅଭିଯୋଗ କରିଛନ୍ତି  । ଏହା ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟଲୋକେ ଦାବି କରିଛନ୍ତି ।  

   Related Posts