ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବଲାଙ୍ଗୀର ଗାନ୍ଧିନଗରପଡା ହତ୍ୟା ଘଟଣା : ସିସିଟିଭି ଫୁଟେଜ ଆଧାରରେ ୨ ଜଣ ଅଟକ

18/12/2021 at 12:36 PM

ବଲାଙ୍ଗୀର ୧୮।୧୨: ବଲାଙ୍ଗୀର ଗାନ୍ଧିନଗରପଡା ହତ୍ୟା ଘଟଣାରେ ୨ ଜଣକୁ ଅଟକ ରଖିଲା ପୋଲିସ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ତଦନ୍ତ କରିବା ପରେ ଶବ ବ୍ୟବଚ୍ଛେଦ ପାଇଁ ପଠାଇଲା ପୋଲିସ । ହତ୍ୟା ପଛରେ ଅପ୍ରାକୃତିକ ଯୌନ ସମ୍ପର୍କ କାରଣ ଥିବା ସୂଚନା ମିଳିଛି। ସେପଟେ ସିସିଟିଭିରୁ ୨ ଜଣକୁ ଚିହ୍ନଟ କରିବା ସହ ୨ ଜଣକୁ ଅଟକ ରଖିଛି ପୋଲିସ । ତେବେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଅଧିକ ସୂଚନା ଦେବା ନେଇ ମତ ରଖିଲେ ଏସଡିପିଓ ।

ସୂଚନାଯୋଗ୍ୟ ଯେ, ବଲାଙ୍ଗୀର ସହର ଗାନ୍ଧି ନଗରରେ ଏକ ଘରୁ ତଣ୍ଟିକଟା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା ବଲାଙ୍ଗିର ଟାଉନ ଥାନା ପୋଲିସ । ଯୁବକ ଜଣଙ୍କ ୩୬ ବର୍ଷ ବୟସ୍କ ଅରବିନ୍ଦ ସିଂହ । ମୃତ୍ୟୁର ପ୍ରକୃତ କାରଣ ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ । ମୃତ ଯୁବକଙ୍କ ବାପାଙ୍କ କହିବା ଆନୁଯାୟୀ, ଗାନ୍ଧିନଗରପଡା ପୁରୁଣା ଘର କବାଟ ଭିତର ପଟୁ ବନ୍ଦ ରହିଥିଲା । କେହି ଜଣେ ଘର ଭଡା ପାଇଁ ଘର ଦେଖିବାକୁ ଆସିଥିଲେ । ତାଙ୍କୁ ଘର ଦେଖାଇବା ପାଇଁ ପୁଅ ଅରବିନ୍ଦ ରହିଥିବା ରୁମର କବାଟ ବାଡେଇ ଡାକିବା ପରେ ଦୁଇ ଜଣ ଯୁବକ କୁଆଡେ ଘରୁ ବାହାରି କିଛିଦୂର ଗଲାପରେ ଦୌଡିବା ଆରମ୍ଭ କରିଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ସେପଟେ ବର୍ତ୍ତମାନ ବଲାଙ୍ଗୀର ସହରରେ ଅପରାଧୀକ ମାମଲା ବଢ଼ୁଥିବା ଯୋଗୁଁ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି । ହେଲେ ତାହା ମଧ୍ୟ ବର୍ତ୍ତମାନ ଫେଲ ମାରିଥିବା ଲୋକ ଅଭିଯୋଗ କରିଛନ୍ତି ।

   Related Posts