୫୦ ଲକ୍ଷ ଟଙ୍କାର ସୁନା ଲୁଟିଲେ ଦୁଇ ହେଡ୍ କନଷ୍ଟେବଲ, ବିମାନ ବନ୍ଦରରେ ଚେକିଂ ସମୟରେ ଏଭଳି କରିଥିବା ନେଇ ଅଭିଯୋଗ
25/12/2022 at 6:54 PM

ନୂଆଦିଲ୍ଲୀ, ୨୫/୧୨: ସୁନା ଲୁଟ୍ କଲେ ୨ କନଷ୍ଟେବଲ୍। ଦିଲ୍ଳୀ ଇନ୍ଦିରା ଗାନ୍ଧୀ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ପୋଲିସ ଷ୍ଟେସନରେ ନିୟୋଜିତ ୨ ହେଡ୍ କନଷ୍ଟେବଲ୍ଙ୍କ ଉପରେ ୫୦ ଲକ୍ଷ ଟଙ୍କାର ସୁନା ଲୁଟିଥିବା ନେଇ ଅଭିଯୋଗ ହୋଇଛି। ଏହାପରେ ଉଭୟଙ୍କୁ ସସପେଣ୍ଡ କରାଯାଇଛି। ପୋଲିସ ଏହି ମାମଲାରେ ଯାଞ୍ଚ କରୁଥିବାବେଳେ, ଖୁବ୍ଶୀଘ୍ର ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ହୋଇପାରେ।
ସୂଚନା ଅନୁଯାୟୀ, ଦୁଇ ହେଡ୍ କନଷ୍ଟେବଲ ଦିଲ୍ଳୀ ଏୟାରପୋର୍ଟ ଆଇଜିଆଇ ଥାନାର ସ୍ବତନ୍ତ୍ର ଅପରେସନ ସ୍କ୍ବାଡରେ ନିୟୋଜିତ ଥିଲେ। ଉଭୟଙ୍କ ବିରୋଧରେ ୫୦ ଲକ୍ଷ ଟଙ୍କାର ସୁନା ଲୁଟିବା ଅଭିଯୋଗ ହୋଇଥିଲା। ଘଟଣାକୁ ନେଇ ପୋଲିସ ତରଫରୁ ତତ୍ପରତା ଦେଖାଦେଇଛି।
ପ୍ରକୃତରେ ମାସ୍କଟ ଏବଂ କତାରରୁ କିଛି ଲୋକ ଦିଲ୍ଲୀ ଏୟାରପୋର୍ଟ ଆସିଥିଲେ। ସେମାନେ ଶ୍ରମିକ ଥିଲେ ଯେଉଁମାନେ ମାଲିକଙ୍କ ସୁନା ନେଇ ଆସିଥିଲେ। ଅଭିଯୋଗ ହୋଇଛି ଯେ ପୋଲିସ୍ ଟିମ୍ ତାଙ୍କୁ ଅଟକାଇଥିଲେ ଏବଂ ଯାଞ୍ଚ କରିବା ବାହାନାରେ ସୁନା ନେଇଯାଇଥିଲେ।
ଏହି ଘଟଣାକୁ ପୀଡ଼ିତମାନେ ଅଭିଯୋଗ କରିଥିଲେ। ଆଉ ଅଭିଯୋଗ ହେବା ମାତ୍ରେ ଉପରସ୍ଥ ଅଧିକାରୀମାନେ ତତ୍ପରତା ଦେଖାଇଥିଲେ। ତୁରନ୍ତ ଏହାର ଯାଞ୍ଚ ହୋଇଥିଲା। ଉଭୟ ହେଡ୍ କନଷ୍ଟେବଲ୍ଙ୍କୁ ପଚରାଉଚରା କରାଯାଉଛି। ଏହି ଷଡ଼ଯନ୍ତ୍ର କେମିତି ରଚିଥିଲେ କାହାର କହିବାକୁ ନେଇ ଏମିତି କରିଛନ୍ତି କି ଏସବୁ ଦିଗକୁ ନେଇ ତଦନ୍ତ କରାଯାଉଛି।
ଏହା ପରେ ଦୁଇ ହେଡ୍ କନଷ୍ଟେବଲଙ୍କ ସସପେଣ୍ଡ୍ କରାଯାଇଛି। ପୋଲିସ୍ ସନ୍ଦେହ କରୁଛି ଯେ ସୁନା ତସ୍କରୀକୁ ମଧ୍ୟ ଯାଞ୍ଚ କରୁଛି। ସିସିଟିଭି ଫୁଟେଜ୍ ଯାଞ୍ଚ କରାଯାଉଛି। ଯାହାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଉଭୟଙ୍କ ବିରୋଧରେ ବିଚାର ବିଭାଗୀୟ ଯାଞ୍ଚ ଆଦେଶ ଦିଆଯାଇଛି। ତେବେ ଏଭଳି ମାମଲା ପୋଲିସ୍ର ଛବି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।