ଘର ଭିତରୁ ଆସୁଥିଲା ଛୋଟ ଛୁଆର କାନ୍ଦ ଶବ୍ଦ, ଝୁଲୁଥିଲା ଦୁଇ ସମ୍ପର୍କୀୟ ଭଉଣୀଙ୍କ ମୃତଦେହ

Published By : Prameya-News7 Bureau | August 26, 2021 IST

ରାଇରଙ୍ଗପୁର ୨୬।୮: ସମ୍ପର୍କୀୟା ଦୁଇ ଭଉଣୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୁରଭଞ୍ଜ ଜିଲ୍ଲା ତିରିଙ୍ଗ ଥାନା ସାନକୁମରୁମ ଗ୍ରାମରେ।

ସୂଚନାଯୋଗ୍ୟ ଯେ, ସକାଳ ହେବା ପରେ ବି ଘର କବାଟ ଖୋଲା ନ ହେବା ଓ ଭିତରୁ ଛୋଟ ଛୁଆର କାନ୍ଦ ଶବ୍ଦ ଶୁଣି ପଡିଶା ଲୋକଙ୍କ ସନ୍ଦେହ ହୋଇଥିଲା । ଫଳରେ ଘର ଛପର ଖୋଲି ଦେଖିଲା ବେଳକୁ ଦୁଇ ଝିଅଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ। ମୃତ ଝିଅ ଦୁଇ ଜଣ ହେଲେ ସୁନିତା ବଦ୍ରା ଓ ମନୀଷା ଆଲଦା। ସୁନୀତାର ଘର ଝାରଖଣ୍ଡର ଲାଗଳା ଗ୍ରାମର ହୋଇଥିଲେ ବି ମାମୁଁ ଘରେ ରହୁଥିଲା। ପରିବାର ଲୋକେ ସକାଳୁ ବିଲକୁ କାମ ପାଇଁ ଚାଲି ଯାଇଥିବାରୁ ଘଟଣା ବିଷୟରେ ଜାଣି ପାରି ନଥିଲେ। ପୋଲିସ ମୃତଦେହକୁ ଜବତ କରି ତଦନ୍ତ କରୁଥିବା ବେଳେ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.