ଲୁଚି ଲୁଚି ମୃତଦେହ ପୋଡୁଥିଲେ, ପହଞ୍ଚିଗଲା ପୋଲିସ

Published By : Prameya-News7 Bureau | April 15, 2024 IST

ନିଆଳି ୧୫/୪: ନିଆଳି ଥାନା ମହଙ୍ଗାପଡା ଗାଁରେ ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ ଯୁବକ ହେଲେ ସ୍ଥାନୀୟ ଅଞ୍ଚଳର ବିକାଶ ପ୍ରଧାନ । ମାଳ ଗାଁର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସଂପର୍କ ଥିଲା । ଆଜି ସକାଳୁ ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖିଥିଲେ ଘରଲୋକ ।ତେବେ ପୋଲିସକୁ କିଛି ନଜଣାଇ ତରବରିଆ ଭାବରେ  ମୃତଦେହକୁ ନେଇ  ମଶାଣିରେ ଅନ୍ତିମ ସଂସ୍କାର କରିବା ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । 

ପୋଲିସ କୌଣସି ସୁତ୍ରରୁ ଖବର ପାଇ ମଶାଣିରେ ପହଞ୍ଚିଥିଲା ।ତେବେ ପୋଲିସ ସାମ୍ନାରେ ଘର ଲୋକ ନା ଗାଁ ଲୋକ କେହି ମୁହଁଖୋଲୁନାହାନ୍ତି । ଉଭୟଙ୍କ ମୃତ୍ୟୁ କିପରି ହେଲା ? ସେମାନେ ଆତ୍ମହତ୍ୟା କରିଛନ୍ତି ନା କେହି ହତ୍ୟା କରି ଝୁଲାଇ ଦେଇଛି, ସେ ଦିଗରେ ଛାନଭିନ ଚଳାଇଛି ପୋଲିସ । 

You Can Read: ଜଙ୍ଗଲରେ ଲୁଚା ହୋଇଥିଲା ଗଞ୍ଜେଇ,ବାହାର ରାଜ୍ୟକୁ ଚାଲାଣ ବେଳେ ଧରିଲା ପୋଲିସ

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.