ବଳଙ୍ଗାରେ ନାବାଳିକା ପୋଡ଼ି ଘଟଣା : ଘଟଣାସ୍ଥଳରୁ ୨ଟି ଅଧା କିରୋସିନ ବୋତଲ ଓ ଦିଆସିଲ ଜବତ

Published By : Prameya-News7 Bureau | July 19, 2025 IST

ଭୁବନେଶ୍ବର ୧୯୭: ପିପିଲି ବଳଙ୍ଗା ଅଞ୍ଚଳରେ ନାବାଳିକା ପୋଡ଼ି ଘଟଣା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ଘଟଣାସ୍ଥଳରୁ ମିଳିଲା ୨ଟି ଅଧା କିରୋସିନ ବୋତଲ । ଏହାସହ ନାବାଳିକାଙ୍କ ପୋଡ଼ା କପଡ଼ା ମଧ୍ୟ ଜବତ କରିଛି ଫୋରେନସିକ୍‌ ଟିମ୍‌ । ଘଟଣାସ୍ଥଳରୁ ଦିଆସିଲ ମଧ୍ୟ ମିଳିଥିବା ନେଇ ସୂଚନା ମିଳିଛି ।

ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ । ୩ ଜଣ ଦୁର୍ବୃତ୍ତ ନାବାଳିକାଙ୍କ ଦେହରେ ନିଆଁ ଲଗାଇ ଦେଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଏମ୍ସର ବର୍ଣ୍ଣ ୟୁନିଟ୍‌ରେ ନାବାଳିକାଙ୍କ ଚିକିତ୍ସା ଚାଲିଛି । ତେବେ ନାବାଳିକାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିବା କୁହାଯାଉଛି ।

ସେପଟେ ଘଟଣାସ୍ଥଳରେ ପହଞ୍ଚି ପୁରୀ ଏସ୍‌ପି ପିନାକ ମିଶ୍ର ତଦନ୍ତ କରିଛନ୍ତି । ସ୍ପେଶାଲ୍‌ ଟିମ୍‌ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ଏସ୍‌ପି କହିଛନ୍ତି । ସମ୍ବେଦନଶୀଳ ଓ ସ୍ପର୍ଶକାତର ବିଷୟ, ଗୁରୁତ୍ବର ସହ ନେଇଛୁ । କାହାରିକୁ ଅଟକ କରାଯାଇନି, କେବଳ ପଚରାଉଚରା ଜାରି ରହିଛି । ଫୋରେନସିକ୍‌ ଟିମ୍‌ ମଧ୍ୟ ଯାଞ୍ଚ ଆରମ୍ଭ କରି ସାରିଛି । ଦହନଶୀଳ ସାମଗ୍ରୀ ବ୍ୟବହାର ହୋଇଛି, ମାତ୍ର ତାହା କ’ଣ ସ୍ପଷ୍ଟ ହୋଇନି । କେତେ ଜଣ ସମ୍ପୃକ୍ତ, ପୀଡ଼ିତା ସେଠାକୁ କିପରି ଆସିଲେ ତଦନ୍ତ ଚାଲିଛି । ପୀଡ଼ିତା ଚିକିତ୍ସାଧୀନ ଥିବାରୁ ପଚରାଉଚରା ହୋଇପାରିନି । ଯାହାର ସମ୍ପୃକ୍ତି ପ୍ରମାଣ ମିଳିବ, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିନାକ ମିଶ୍ର କହିଛନ୍ତି ।

ସେହିଭଳି ଡିଜିପି ଓ୍ବାଇ ବି ଖୁରାନିଆ କହିଛନ୍ତି, ଏସ୍‌ପି ନିଜେ ଅନୁଧ୍ୟାନ କରୁଛନ୍ତି, ତୁରନ୍ତ ଅଭିଯୁକ୍ତଙ୍କୁ ଧରିବୁ । ଏହା ଅଭାବନୀୟ ଘଟଣା, ଆଇନ ଅନୁସାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ।

You Can Read:

ଏମ୍ସ ବର୍ଣ୍ଣ ୟୁନିଟ୍ ସମ୍ମୁଖରେ ଲାଗିଲା ନୋଟିସ୍, ବିକ୍ଷୋଭ ଓ ନାରାବାଜି କରିବାକୁ ବାରଣ

 

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.