ଟ୍ରାକ୍ଟର-ଟ୍ରକ୍ ମୁହାଁମୁହିଁ ଧକ୍କା, ୨ ଡ୍ରାଇଭର ଗୁରୁତର
14/02/2020 at 8:05 AM

କଳାହାଣ୍ଡି ୧୪।୨: କଳାହାଣ୍ଡିରେ ବାଲି ବୋଝେଇ ଟ୍ରାକ୍ଟର ଓ ମକା ବୋଝେଇ ଟ୍ରକ୍ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣା ଫଳରେ ଦୁଇ ଗାଡିର ଡ୍ରାଇଭର ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ୨୬ ନମ୍ବର ଜାତୀୟ ରାଜପଥ ବଞ୍ଜାରୀ ମନ୍ଦିର ନିକଟରେ ବାଲି ବୋଝେଇ ଟ୍ରାକ୍ଟର ଓ ମକା ବୋଝେଇ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି ।

ଦୁର୍ଘଟଣା ଫଳରେ ଦୁଇ ଗାଡିର ଡ୍ରାଇଭର ଗୁରୁତର ହୋଇଛନ୍ତି । ଦୁର୍ଘଟଣା ଫଳରେ ମକା ବୋଝେଇ ଟ୍ରକ୍ ରାସ୍ତାରେ ଓଲଟି ପଡିଥିବାରୁ ଯାତାୟତ ବାଧାପ୍ରାପ୍ତ ହୋଇଛି ।
Related Posts
ସ୍ତ୍ରୀ ହତ୍ୟାକାରୀ ସ୍ୱାମୀକୁ ଆଜୀବନ କାରାଦଣ୍ଡ ଦେଲେ ଅଦାଲତ
31 January 2023
ଟ୍ୟୁସନ୍ ଶିକ୍ଷକଙ୍କ ମୃତ୍ୟୁ ଖବର ପାଇ ଆତ୍ମହତ୍ୟା କଲେ ଛାତ୍ରୀ
31 January 2023