ରାସ୍ତା ଖରାପ ଥିବାରୁ ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ଦୁଇ ଗୁରୁତର
19/02/2020 at 8:01 AM

ଭଦ୍ରକ ୧୯।୨: ୧୬ ନମ୍ବର ଜାତୀୟ ରାଜପଥରେ ଓଲଟିଲା ବସ୍ । ଫଳରେ ଦୁଇ ଯାତ୍ରୀ ଗୁରୁତର ହୋଇଛନ୍ତି । ଅଳ୍ପକେ ବର୍ତ୍ତିଯାଇଛନ୍ତ ଅନ୍ୟ ସମସ୍ତ ଯାତ୍ରୀ ।

ସୂଚନାଯୋଗ୍ୟ ଯେ, ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନେଉଳିଆ ଛକ ନିକଟରେ ଦୁର୍ଘଟଣା ଘଟିଛି । ବସଟି ବାଲେଶ୍ବରରୁ ଭୁବନେଶ୍ବର ଯାଉଥିଲା । ରାସ୍ତା କାମ ଚାଲିଥିବାରୁ ରାସ୍ତା କଡରେ ଥିବା ବାଲି ଗଦା ଉପରେ ବସ୍ ଓଲଟିପଡିବାରୁ ଦୁଇ ଜଣ ଯାତ୍ରୀ ଗୁରୁତର ହୋଇଥିବା ସୂଚନା ମିଳିଛି । ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି ।

ବସରେ ୪୫ଜଣ ଯାତ୍ରୀ ଥିବା ଜଣାପଡିଛି । ଗୁରୁତରଙ୍କୁ ଭଣ୍ଡାରିପୋଖରୀ ପୋଲିସ ଉଦ୍ଧାର କରି ପ୍ରଥମେ ଭଣ୍ଡାରିପୋଖରୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଛି ।
Related Posts
ଦୁଇ ବାଇକ୍ ଧକ୍କା; ୨ ମୃତ ୩ ଗୁରୁତର
28 January 2023