ରାୟଗଡାରେ ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ଗୋଷ୍ଠୀ ସଂଘର୍ଷ ; ୪ ଜଣ ଆହତ
Published By : Prameya-News7 Bureau | October 08, 2018 IST
ରାୟଗଡା ୮|୧୦: ରାୟଗଡାରେ ଗଣେଶ ମୂର୍ତ୍ତି ବିସର୍ଜନକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି । କୁତୁରାବାଲସା ଓ ନେହରୁନଗର ମଧ୍ୟରେ ଗଣ୍ଡଗୋଳ ହୋଇଛି । ଗଣ୍ଡଗୋଳରେ ୪ ଜଣ ଆହତ ହେ।ଇଛନ୍ତି । ସେମାନଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାରେ ଉଭୟ ପକ୍ଷରୁ ୬ ଜଣଙ୍କୁ ଅଟକ ରଖିଛି ପୋଲିସ । ଗତକାଲି ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ସାମାନ୍ୟ ବଚସାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା ।