ମନ୍ଦିରରେ ଅଣ ସେବାୟତଙ୍କ ଦାଦାଗିରି, ଦୁଇ ଜଣଙ୍କ ଆକ୍ରମଣରେ ବରିଷ୍ଠ ସେବାୟତ ଗୁରୁତର

Published By : Prameya-News7 Bureau | May 15, 2024 IST

ସାକ୍ଷୀଗୋପାଳ ୧୫।୦୫:  ସାକ୍ଷୀଗୋପାଳ ସାକ୍ଷୀ ଗୋପୀନାଥଙ୍କ ମନ୍ଦିରରେ ଅଣ ସେବାୟତଙ୍କ ଦାଦାଗିରି । ସଭାମଝିରେ ବରିଷ୍ଠ ସେବାୟତଙ୍କୁ ପିଟିଲେ । ସାକ୍ଷୀଗୋପିନାଥ ଠାକୁରଙ୍କ ବରିଷ୍ଠ ସେବାୟତ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ୨ ଜଣ ସେବାୟତ ଆକ୍ରମଣ କରିଛନ୍ତି ।

ଖବର ଅନୁଯାୟୀ, ସେବାୟତ ସଂଘର ପ୍ରତ୍ୟେକ ମାସ ଭଳି ମଙ୍ଗଳବାର ଦିନ (ସଂକ୍ରାନ୍ତି)  ବୈଠକ ଅନୁଷ୍ଠିତ ହେଉଥିଲା। ସଂଘ ଦ୍ବାରା ପରିଚାଳିତ ଏକ ବେଆଇନ କାର୍ଯ୍ୟକୁ ନେଇ ଅଭିଯୋଗ କରାଗଲା। ସେହି ଅଭିଯୋଗକୁ ସଂଘର ସଭାପତି ଓ ସଂପାଦକଙ୍କ ଉପସ୍ଥିତିରେ ଆଲୋଚନା କରାଯିବା ସମୟରେ ହଠାତ୍ ୨ ଅଣ ସେବାୟତ କୃଷ୍ଣଚନ୍ଦ୍ର ମହାପାତ୍ର ଓ କୀର୍ତ୍ତି ରଞ୍ଜନ ମହାପାତ୍ର ଅତର୍କିତ ଭାବେ ଆକ୍ରମଣ କରିଥିଲେ। ସେମାନେ ଅଣ ସେବାୟତ ହୋଇଥିଲେ ମଧ୍ୟ ସେବାୟତ କହି ମନ୍ଦିରରେ ଯାତ୍ରୀଙ୍କୁ ଖରାପ ବ୍ୟବହାର କରି ଜବରଦସ୍ତି ଟଙ୍କା ଆଦାୟ କରୁଛନ୍ତି ବୋଲି ବରିଷ୍ଠ ସେବାୟତ କିଶୋର ମହାପାତ୍ର କହି ଆସୁଥିଲେ । ସେହି ସମୟରେ ଅଭିଯୋଗ କରିବାରୁ ଅଣ ସେବାୟତ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.