ନୟାଗଡ ୩୦।୮: ଲଗାଣ ବର୍ଷାରେ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖାଦେଇଛି । ନଦୀରେ ଗାଧାଉଥିବାବେଳେ ଭାସିଯାଇଥିଲା ୩ ଝିଅ । ଦୁଇ ଜଣ ଉଦ୍ଧାର ହୋଇଥିବା ବେଳେ ଜଣେ ନିଖୋଜ ।
{"id":322451,"sizeSlug":"large"}ସୂଚନାଯୋଗ୍ୟ ଯେ, ନୟାଗଡ ଜିଲ୍ଲା ଦଶପଲ୍ଲା ଥାନା ବୁରୁସାହି ନିକଟରେ ବୃତ୍ତଙ୍ଗ ନଦୀରେ ଗାଧାଉଥିବା ବେଳେ ଭାସିଗଲେ ୩ ଜଣ ଝିଅ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଉଦ୍ଧାର କଲେ ଗ୍ରାମବାସୀ । ଅନ୍ୟ ଜଣେ ନିଖୋଜ ଅଛନ୍ତି । ନିଖୋଜ ନାବାଳିକା ହେଲେ ୧୪ ବର୍ଷର ଖୁସି ମାଝି । ଉଦ୍ଧାର କାର୍ଯ୍ୟ ଜାରି ରହିଛି ।